ନୀଳଗିରି: ବଦଳ ଖୋଜିବାକୁ ଯାଇ ବାଘ ଆକ୍ରମଣର ଶିକାର ହେଲେ ଯୁବକ । ବାଘୁଣୀ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲା ନୀଳଗିରି କୂଲଡିହା ଅଭୟାରଣ୍ୟ ବାଲିଆନାଳ ନଟାପଡ଼ାରୁ ଆସିଛି ଏଭଳି ଖବର । ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ସୁନୀଲ କୁମାର ସିଂହ । ଏବେ ସେ ବାଲେଶ୍ବର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ସୁନୀଲ ବିଲରେ ହଳ କରୁଥିବାବେଳେ ତାଙ୍କ ବଦଳ ଜଙ୍ଗଲ ଭିତରକୁ ଚାଲିଗଲେ । ସେ ଅଭୟାରଣ୍ୟ ଭିତରେ ବଳଦକୁ ଖୋଜୁଥିବାବେଳେ ବାଘୁଣୀ ଯମୁନା ତାଙ୍କ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସେ ନିଜକୁ ବଞ୍ଚାଇବାକୁ ସବୁ ଉଦ୍ୟମ କରିଥିଲେ । ଏହାସହ ବଡ଼ ପାଟିରେ ଚିତ୍କାର କରିଥିବାବେଳେ ପାଖରେ ବିଲରେ କାମ କରୁଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

ସୁନୀଲଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ନୀଳଗିରି ମେଡିକାଲୀରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟଅବସ୍ଥାକୁ ଦେଖି ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଘ ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ହାତ ଗୋଡ଼ରେ ବିଶେଷଭାବେ ଆଘାତ ଲାଗିଛି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।