ନୂଆଦିଲ୍ଲୀ: ଦେଶର ପ୍ରିୟ ରିଆଲିଟି ଶୋ’ ମଧ୍ୟରେ ଆଗରେ ରହିଥାଏ ବିଗ୍ ବସ୍ । ଏହା ସବୁ ବର୍ଗର ଲୋକଙ୍କ ପ୍ରିୟ ହୋଇପାରିଛି । ଦୀର୍ଘବର୍ଷ ଧରି ଦର୍ଶକଙ୍କ ପିୟ ହୋଇ ପାରିଛି ଏଭଳି ପ୍ରସିଦ୍ଧ ଶୋ’ । ବିଭିନ୍ନ ଭାଷାରେ ଏହି ଶୋ’ ମଧ୍ୟ ପ୍ରସାରିତ ହୋଇ ଘରେ ଘରେ ପହଞ୍ଚି ପାରିଛି । ବଙ୍ଗଳାରେ ମଧ୍ୟ ଏହି ଶୋ’ ପ୍ରସାରିତ ହୋଇଥିଲା । ୨ଟି ସିଜିନ ପରେ ବନ୍ଦ ହୋଇଯାଇଥିଲା । ଦୀର୍ଘ ୧୦ ବର୍ଷ ହେବ ବନ୍ଦ ରହିଥିଲା । ମାତ୍ର ପୁଣିଥରେ ଫେରୁଛି ଏହି ଲୋକପ୍ରିୟ ଶୋ’ ।

 
 
 
 
 
 
 
 
 
 
 
 
 
 
 

A post shared by Star Jalsha (@starjalsha)

ବିଗ୍ ବୀସ୍ ବଙ୍ଗଳାର ତୃତୀୟ ସିଜିନ ଆସିବାକୁ ଯାଉଛି । ଦୀର୍ଘ ୧୦ ବର୍ଷ ପରେ ଏହାର ତୃତୀୟ ସିଜିନ ଆସିବାକୁ ଯାଉଥିବାବେଳେ ଦର୍ଶକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି । ନିକଟରେ ଏହା ଉପରେ ଏକ ପ୍ରୋମେ ପୋଷ୍ଟ କରାଯାଇଛି । ଯାହାକି ଦର୍ଶକଙ୍କୁ ଆହୁରି ଶୋ’ ପ୍ରତି ଆକର୍ଷିତ କରିଛି । କାରଣ ପୂର୍ବତନ ଭାରତୀୟ କ୍ରିକେଟର ଅଧିକ ସୌରଭ ଗାଙ୍ଗୁଲି ଏହି ଶୋ’ର ହୋଷ୍ଟ କରିବେ ବୋଲି କୁହାଯାଉଛି । ଯଦିଓ ପ୍ରୋମେରେ ଦାଦାଙ୍କୁ ଦେଖାଯାଇନାହିଁ ତଥାପି କ୍ରିକେଟର ଭିଜୁଆଲ ଏବଂ ବାଘକୁ ଦେଖି ଦର୍ଶକେ ସବୁକିଛି ବୁଝିସାରିଛନ୍ତି । ବେଙ୍ଗଲ ଟାଇଗର ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ କିଛି ଶୋ’ରେ ହୋଷ୍ଟ କରିସାରିଛନ୍ତି । ଏଣୁ ଏହା ମଧ୍ୟ ବେଶ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି ।

ଏଣ୍ଡେମୋଲା ସାଇନ୍ ଇଣ୍ଡିଆ ବିଗ୍ ବସର ସିଜିନ-୩ ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଦ କପିଲ୍ ଶର୍ମା ଶୋ’ ଭଳି ଅନେକ ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସାରିତ ହୋଇଥିବାବେଳେ ଲୋକପ୍ରିୟତା ହାସଲ କରିଛି । ଆଉ ଏବେ ବଙ୍ଗଳାରେ ଦୀର୍ଘ ୧୦ ବର୍ଷ ପରେ ବିଗ ବସ୍ ଫେରିଥିବାବେଳେ ୟୁଜର୍ସମାନେ ଏହାକୁ ନେଇ ନିଜର କମେଣ୍ଟ ଦେବା ଆରମ୍ଭ କରିଛନ୍ତି ।

ଏହାସହ ପଢ଼ନ୍ତୁ : Ind vs AFG Test : ଭାରତ ରଚିଲା ଇତିହାସ, ହାସଲ କଲା ଏହିସବୁ ମହାରେକର୍ଡ