ଭୁବନେଶ୍ବର, ୩୦।୬ : ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ DGPଙ୍କୁ ମଗାଗଲା ଚାର୍ଜସିଟ୍ ଚିଠା। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲରେ ବିବାଦକୁ ଆସିଥିଲେ ଗଙ୍ଗଓ୍ବାର। ଏହା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ।
ସୂଚନାଯୋଗ୍ୟ ଯେ, ବାଲିଅନ୍ତାର ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ନାଁକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା। ଆଇପିଏସ୍ ଦୟାଲ ଗଙ୍ଗୱାର କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରୁଥିଲେ, ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପା ଓ ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ।
ଆହୁରି ପଢନ୍ତୁ : ରଥଯାତ୍ରା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରସ୍ତୁତି ବୈଠକ