ନୂଆଦିଲ୍ଲୀ : କରୋନା କବଳରୁ ବାହାରି ଥିବା ଦୁନିଆ ପାଇଁ ଆଫ୍ରିକାରୁ ଏକ ଖରାପ ଖବର ସାମନାକୁ ଆସିଛି। ଆଫ୍ରିକା ଦେଶର କଙ୍ଗୋରେ ଏକ ଅଜଣା ସଂକ୍ରମଣରେ ୭୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ରୋଗ ଓ ଏହାର ଗମ୍ଭୀରତାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଟିମ୍‌କୁ ଗ୍ରାଉଣ୍ଡ ଜିରୋକୁ ପଠାଇଛି। କଙ୍ଗୋ ଓ WHOର ଟିମ୍‌ରେ ଲଗାତାର ଏହି ଇନଫେକ୍ସନର କାରଣକୁ ଖୋଜିବାରେ ଲାଗିଛନ୍ତି। ଅକ୍ଟୋବରରୁ ଆରମ୍ଭ ହୋଇ ଥିବା ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ଏବେ ୩୭୬ଟି ମାମଲା ଆସି ସାରିଛି। ଏଥିରେ ୫ ବର୍ଷରୁ କମ୍‌ ବୟସର ୨୦୦ ଶିଶୁ ସାମିଲ ଅଛନ୍ତି। 

ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ଜିନ କାସିଆଙ୍କ ମୁତାବିକ , ଏହି ସଂକ୍ରମଣ( ଇନଫେକ୍ସନ)ରେ ଜ୍ୱର,ମୁଣ୍ଡବ୍ୟଥା, କାଶ ଓ ନିଶ୍ୱାସ ନେବାରେ ମୁସ୍କିଲ ଓ ଆନିମିଆ ଭଳି ଲକ୍ଷଣ ଦେଖା ଦେଇ ଥାଏ। ଏହି ରୋଗର ପ୍ରଥମ କେସ୍‌ ୨୪ ଅକ୍ଟୋବରରେ କାଙ୍ଗୋର ପାଞ୍ଜି କ୍ଷେତ୍ରରେ ସାମନାକୁ ଆସିଥିଲା।

କାସିଆ ଗୁରୁବାର ମିଡ଼ିଆକୁ କହିଛନ୍ତି , ଆମର ପାଖାପାଖି ୫ରୁ ୬ ସପ୍ତାହର ବିଳମ୍ୱ ହୋଇଛି। ଯଦି ଆମେ ଏହି ରୋଗର ଯାଞ୍ଚ ପୂର୍ବରୁ ଆରମ୍ଭ କରି ଦେଇଥାନ୍ତୁ ତ, ଏତେ ସମୟରେ ବହୁତ କିଛି ହୋଇ ପାରିଥାନ୍ତା। ହେଲେ ଆମର ପରୀକ୍ଷଣ ଏବେ ଚାଲିଛି। ଆମର ଆଶା କି, ଆମେ ଖୁବ୍‌ ଶୀଘ୍ର ଏହା ବିଷୟରେ ଆହୁରି ସୂଚନା ସଂଗ୍ରହ କରି ଦେବୁ। ନ୍ୟାସନାଲ ପବ୍ଲିକ୍‌ ହେଲଥ୍‌ ଇନଷ୍ଟିଟ୍ୟୁଟ୍‌ର ମହାନିର୍ଦ୍ଦେଶକ ଡାୟଡୋନୋ ମୁମ୍ୱାଙ୍କ ଅନୁସାରେ, ଏହି ରୋଗ ଫ୍ଲୁର ବ୍ୟାପିବା ପରେ ସାମନାକୁ ଆସିଛି। ଆମର ମେଡିକାଲ ବିଶେଷଜ୍ଞଙ୍କୁ ସନ୍ଦେହ କି ଏହି ରୋଗ ବାୟୁରେ ବ୍ୟାପି ଥାଏ। ଏବେ ଆମେ ରୋଗୀଙ୍କ ନମୂନାର ଯାଞ୍ଚ କରୁଛୁ। 

କୋଭିଡ୍‌-୧୯ ମହାମାରୀ ପରେ ଦେଶର ସୀମା ଗୁଡ଼ିକୁ ବନ୍ଦ ହେବା ସହ ଆର୍ଥିକ ଓ ସାମାଜିକ ପ୍ରସାର ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇ ଥିଲା। ଆଫ୍ରିକାରେ ପୁଣି ଥରେ ନୂଆ ଇନଫେକ୍ସନ ବ୍ୟାପିବା ଜଣାଯିବା ପରେ ସାରା ବିଶ୍ୱରେ ଚିନ୍ତା ବଢି ଯାଇଛି। ଚଳିତ ବର୍ଷର ଆରମ୍ଭରେ ମଧ୍ୟ ଆଫ୍ରିକାରେ ଏମପକ୍ସ ଭାଇରସ ନିଜର ପ୍ରକୋପ ଦେଖାଇ ଥିଲା। ଯାହାକୁ ନେଇ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏମର୍ଜେନ୍ସି ଘୋଷିତ କରିଥିଲା। କିନ୍ତୁ ଆଫ୍ରିକାର ବାହାରେ ଏହି ଭାଇରସର ପ୍ରକୋପକୁ ନିୟନ୍ତ୍ରିତ କରି ନିଆ ଯାଇଛି। 

ଆଫ୍ରିକାରେ ନୂଆ ସଂକ୍ରମଣକୁ ଦେଖି ହାଙ୍ଗକାଙ୍ଗ ଘୋଷଣା କରିଛି ଯେ ,ସେମାନେ ଜୋହାନ୍ସବର୍ଗ ଓ ଅଦିସ ଅବାବାରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂକୁ ଆହୁରି ବଢାଇବେ। ଜାପାନର ବିଦେଶ ମନ୍ତ୍ରଣାଳୟ ମଧ୍ୟ ନିଜର ନାଗରିକଙ୍କୁ ଏହି ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି।