ବଲାଙ୍ଗିର ୦୫/୬: ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନେକ ସମସ୍ୟା ରହିଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଗୁଡିକ ସମାଧାନ ହେଉ ନଥିବାରୁ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଅଧ୍ୟକ୍ଷତାରେ ଏକ ଓକିଲ ଦଳ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଓକିଲ ମାନଙ୍କ ଆଲୋଚନାକୁ ଅତିରିକ୍ତ ଜିଲ୍ଲାପାଳ ସ୍ବାଗତ କରିଥିଲେ । ପରେ ଜିଲ୍ଲାପାଳ ଆସିଲେ ସମସ୍ୟା ଗୁଡ଼ିକ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତାକାଲି ଜିଲ୍ଲା ଓକିଲ ସଂଘକୁ ଜିଲ୍ଲାପାଳ ସାକ୍ଷାତ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆଉଟ୍ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍...