ବୌଦ୍ଧ,୧୭/୦୭: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଏଓ ) ଡାକ୍ତର ପ୍ରଦୀପ କୁମାର ଗୁରୁ ଆଜି ଅଚାନକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ପାଳନ ହୋଇଥିବାବେଳେ ଜିଲ୍ଲାର ସବୁଠୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମନମୁଣ୍ଡାକୁ ବିନା ସୂଚନାରେ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ବିନା ସୂଚନାରେ ' ସିଏଚସି ' ପରିଦର୍ଶନ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫା ସୁତୁରା ଥିବା ଦେଖି ସିଡିଏମ ଏଣ୍ଡ ପିଏଚଓ ଡ଼ାକ୍ତର ପ୍ରଦୀପ ଗୁରୁ ଖୁସିବ୍ୟକ୍ତ କରିଥିଲେ । ଏହାପରେ ଓପିଡି, ଆଇପିଡି, ନିରାମୟ, ରକ୍ତ ପରୀକ୍ଷାଗାର, ଲେବର ରୁମ୍, ଔଷଧ ଷ୍ଟକ୍ ରୁମ୍ ଇତ୍ୟାଦି ପରିଦର୍ଶନ କରିଥିଲେ । ରୋଗୀମାନଙ୍କୁ ସେବା ସମ୍ପର୍କରେ ପଚାରି ବୁଝିଥିଲେ ।
ସେହିପରି ସିଏଚସି ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସାଏଙ୍କ ସମେତ ଅନ୍ୟ ଡାକ୍ତର ଏବଂ କର୍ମଚାରୀ ତଥା ବିପିଏମ ରାକେଶ କୁମାର ମହାପାତ୍ରଙ୍କୁ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସିଡିଏମଓ ଡ଼ାକ୍ତର ଗୁରୁ ସିଏଚସିର ବିଭିନ୍ନ ରେଜିଷ୍ଟର ମଗାଇ ତନ୍ନ ତନ୍ନ କରି ତନଖି ଥିଲେ। ସେବା ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ସନ୍ତୋଷ ଜନକ ଥିବା ମତପ୍ରକାଶ କରିଥିବା ଜାଣିବାକୁ ମିଳିଛି । ତେବେ ଏହି ସିଏଚସିର ବିକାଶ ଓ ଉତ୍ତମ ସେବା ଉପରେ ଅଧିକ କଣ କରାଯାଇ ପାରିବ ସେ ଦିଗରେ ଚେଷ୍ଟା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ।