ବୌଦ୍ଧ,୩୦/୧୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଓ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଧୁଙ୍ଗିଆ ମୁଣ୍ଡା ପର୍ଯ୍ୟଟନ ସ୍ଥଳି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ। ଶ୍ରୀ ନାୟକ ଆଜି ଉଭୟ ସ୍ଥାନରେ ପହଞ୍ଚି ସେଠାରେ ଥିବା ପର୍ଯ୍ୟଟନ ଭିତ୍ତିଭୂମିର ତଦାରଖ କରିବା ସହ ପର୍ଯ୍ୟଟନ ସ୍ଥଳିର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଜନ ସାଧାରଣ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କହଁର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।