ମାଲକାନଗିରି, ୧୩/୬(ଆପ୍ର): ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ବାର୍ଷିକ ଲୋକକଳା ମହୋତ୍ସବ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରେ ଜିଲ୍ଲାର ଶତାଧିକ ନାଟଗୁରୁ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। କଳାକାରଙ୍କ ଆର୍ଥିକ, ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ଆଗାମୀ ଦିନରେ କାର୍ଯ୍ୟ କରାଯିବ। ପାରମ୍ପରିକ କଳାକୁ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଲୋକ କଳାର ସମୃଦ୍ଧି ପାଇଁ ପ୍ରତି ମାସରେ ପ୍ରଶିକ୍ଷଣ ଦିଆଯିବ। ନିୟମିତ ବୈଠକ ଆୟୋଜନ କରି ଏହାକୁ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି ମାଥିଲି ବ୍ଲକ୍ ଶିରାଗୁଡ଼ା ଗ୍ରାମ ଆମ୍ବତୋଟା ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଲୋକକଳା ଦିବସ ଇ ବାର୍ଷିକ ଲୋକକଳା ମହୋତ୍ସବରେ ମଞ୍ଛାସିନ ଅତିଥି ଓ ନାଟଗୁରୁ ମାନେ ଏହା କହି ସୁଚିନ୍ତିତ ମତ ଉପସ୍ଥାପନା କରିଥିଲେ ।
ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂସ୍କୃତିକ ସଂଗଠନ ସଭାପତି ବିଶିଷ୍ଠ ନାଟଗୁରୁ ଅନାଦି କୋଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ମୂଖ୍ୟ ଵକ୍ତା ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ନାରାୟଣ ପଣ୍ଡା, ଜିଲ୍ଲା ସୂଚନାଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ଉପଦେଷ୍ଠା ତଥା ଵନବାସୀ ଗବେଷକ ରତ୍ନାକର ଦାଶ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଘେନୁ ମୁଦୁଲି, ଧନୁର୍ଯ୍ୟ ହନ୍ତାଳ, ପାଙ୍ଗମ୍ ସରପଞ୍ଚ ଇନ୍ଦ୍ର ନାୟ, ସୂର୍ଯ୍ୟ ରଣା, ଭୀମ କୁଡୁପୁଡିଆ, ସନଲି ପଡିଆମୀ, ତୁଳଶା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭିକ ସୂଚନା ଦେଵା ସହିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ମାଥିଲି ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ପୋଲିସରାମ ମାଣ୍ଡି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଓ ସଂଗଠନର ସମ୍ପାଦକ ଧନଫୁଲ ବାରିକ ବାର୍ଷିକ ବିବରଣୀ ପାଠ କରି ନାଟଗୁରୁ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକ ପାତ କରିଥିଲେ। ଏହି ଅବସରରେ ସାତଟି ଯାକ ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି, ସମସ୍ତ ଲୋକ କଳା ସାଂସ୍କୃତିକ ସଂଗଠନ ମୁଖ୍ୟ ଓ ଶତାଧିକ ଲୋକ କଳାକାର ଯୋଗ ଦେଇଥିଲେ। ପାରଂପରିକ ଢେମ୍ସା ଓ ଦୁରୁଆ ଲୋକ ନୃତ୍ୟ ତାଳେ ତାଳେ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା। କଳାକାର ମାନେ ପାରଂପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ରାତ୍ରିରେ ପାରଂପରିକ ଦେଶିଆ ନାଟ ମଧ୍ୟ ପରିବେଷଣ କରାଯାଇଛି ।