ପ୍ରମୂଖ ଖବର
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ଦୂରୀକରଣ ପ୍ରଶିକ୍ଷଣ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Prameya | December 6, 2024 8:25 PM

ମାଲକାନଗିରି : ମାଲକାନଗିରିରେ ଏକ ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ଦୂରୀକରଣ ପ୍ରଶିକ୍ଷଣ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୬ ଦିନିଆ ଏହି ଅଭିଯାନର ଶପଥ ପାଠ ସମାରୋହ କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୱାନଷ୍ଟପ୍‌ ସେଣ୍ଟର, ଶକ୍ତିସଦନ, ମିଶନ ଶକ୍ତି, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ, ଡିପିଆରସି ଟ୍ରେନିଂ ହଲରେ ହୋଇଥିଲା।

ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡିଏସପି ଲକ୍ଷ୍ମୀଧର ସ୍ବାଇଁ ଉପସ୍ଥିତ ରହି କହି ଥିଲେ ଯେ, ଲିଙ୍ଗଗତ ହିଂସା ହେଉ କି ମହିଳା ଘରୋଇ ହିଂସା ହେଉ , କୌଣସି ଶିଶୁ ଓ ମହିଳାଙ୍କ ସମସ୍ୟା, ଅସୁବିଧା ସମୟରେ ପୁଲିସ ବିଭାଗ ସର୍ବଦା ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଏମ ହୁସେନ କହିଥିଲେ, ମହିଳା ଓ ଶିଶୁ ପୀଡ଼ିତାଙ୍କୁ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ପରାମର୍ଶ ଦେବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସହଯୋଗ କରିବ।

ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗକୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୪ ପ୍ରକାରର ହିଂସା ତଥା ଯୌତୁକ ନିରୋଧ ଆଇନ, ପୋକସୋ ଆଇନ, ଘରୋଇ ହିଂସା ଆଦି ବିଷୟରେ ପିପିଟି ମାଧ୍ୟମରେ ବୁଝାଇ ଥିଲେ ଏବଂ ଏହି ବାର୍ତ୍ତା ନିଜ ନିଜ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀମାନଙ୍କୁ ଗ୍ରାମୀଣ ସ୍ତରରେ ଜନ ସଚେତନ କରାଇବାକୁ ଅନୁରୋଧ କରିଥିଲେ l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.