ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

Published By : Gurupada Nath | January 10, 2025 6:15 PM

ମାଲକାନଗିରି, ୧୦/୧ : ମାଲକାନଗିରି ବ୍ଲକସ୍ଥ ଶିଖପାଲ୍ଲୀ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ  ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ସୁମନ୍ତ ମାଢ଼ି,  ଶିଖପାଲ୍ଲୀ ପଞ୍ଚାୟତ  ପୂର୍ବତନ ସଂରପଚ଼ ମୁକା ମାଡ଼କାମି, ବିଧାୟକ ପ୍ରତିନିଧି ସୋମନାଥ ମାଢ଼ି, ବିଦ୍ୟାଳୟ ସଭ୍ୟ ମୁଡ଼ା ମାଡ଼କାମି, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡ଼କାମି, ପୂର୍ବତନ ସରପଞ୍ଚ ଗୋରାଖୁଣ୍ଟା ତଥା ସମାଜସେବୀ ଏରା ପଡ଼ିଆମି, ମୁଖ୍ୟବକ୍ତା  ୱାଇଆରସିଓ ଜିଲ୍ଲା ସଂଯୋଜକ ଅଧ୍ୟପକ ରଂଜନ କୁମାର ସ୍ୱାଇଁ, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା,ଏକ୍ପ ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମି ରଂଜନ ଜେନା, ପ୍ରଧାନ ଶିକ୍ଷକ ରମେଶ ମହାରଣା, ଜୁନିୟର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । 

ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କାଉନସିଲର, ଡ଼ିଆରପି, ଭୋଲେଣ୍ଟିୟର, ୭ଟି ବ୍ଲକର ଡ଼ିଷ୍ଟିଟ କୋର୍ଡ଼ିନେଟର, କନିଷ୍ଠ ରେଡ଼କ୍ରସ ଶିକ୍ଷାର୍ଥୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତୀ ଛାତ୍ରଛାତ୍ରୀ ତତସହିତ ଅଞ୍ଚଳର ଶିକ୍ଷାପ୍ରେମୀ ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ ଜିଲ୍ଲାରୁ ପ୍ରାୟ ୮୬ଟି ବିଦ୍ୟାଳୟରୁ ପ୍ରାୟ ୩୦୦ଛାତ୍ରଛାତ୍ରୀ ଓ କାଉନସିଲର ଭଲେଣ୍ଟିୟର ମିଶି ପ୍ରାୟ ୪ଶହ ଶିକ୍ଷକ ଛାତ୍ର ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ୧୦ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି । ପ୍ରଥମ ଦିନର ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା, ରିକଭରି ଏବଂ ସିପିଆର ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.