ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦିବ୍ୟାଙ୍କାଙ୍କ ସହ ସ୍କାମ୍‌ କରିଥିଲା CA, ୧୨ ଲକ୍ଷ ଟଙ୍କା ନେଇ ହୋଇଯାଇଥିଲା ଗାଏବ

Published By : Prameya | January 22, 2025 1:47 PM

ମୁମ୍ବାଇ ୨୨/୦୧: ୟେ ହୈ ମୋହବତେ ଫେମ୍‌ ଦିବ୍ୟାଙ୍କା ତ୍ରିପାଠୀ ଟିଭିର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଜଣେ ବହୁତ ପରିଶ୍ରମୀ ତାରକା ଏବଂ ତାଙ୍କ ଅଭିନୟରେ ତାଙ୍କର କଠିନ ପରିଶ୍ରମ ଦୃଶ୍ୟମାନ ହୁଏ । ନିକଟରେ ଦିବ୍ୟାଙ୍କା ତାଙ୍କ ସହ ଘଟିଥିବା ସ୍କାମ୍‌ ବିଷୟରେ ଖୁଲାସା କହିଛନ୍ତି। କିପରି ତାଙ୍କ CA ୧୨ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲା।

ଏକ ଇଣ୍ଟରଭ୍ୟୁରେ ଦିବ୍ୟାଙ୍କା କହିଛନ୍ତି, “ମୋ ସହ ସ୍କାମ୍‌ ହୋଇଥିଲା। ଜଣେ CA ଥିଲେ ଯିଏ ଆମର ସେଟ୍ ଏବଂ ଅନେକ କଳାକାରଙ୍କ ଆକାଉଣ୍ଟ୍ ପରିଚାଳନା କରୁଥିଲେ। ମୋର ଦୁଇ ବର୍ଷ ସେ ବହୁତ ଭଲ ଭାବରେ ପରିଚାଳନା କଲେ । ମୁଁ ୨୦-୨୪ ଘଣ୍ଟା କାମ କରୁଥିଲି। ଅନ୍ୟ କୌଣସି CA ନିକଟକୁ ଯାଇ ଅନୁସନ୍ଧାନ କରିବାକୁ ମୋ ପାଖରେ ସମୟ ନଥିଲା। ସେ ଅନ୍ୟ ସହରରୁ ଆସିଥିଲେ। ମୋ ଦ୍ୱାରା ସେ ଏକ ଏଫଡି ଖୋଲିଲେ। ଦିନେ ସେ କହିଲେ, ମ୍ୟାମ୍‌ ଆପଣ ଆଦୌ ଖର୍ଚ୍ଚ କରୁନାହାଁନ୍ତି, ଟ୍ୟାକ୍ସର କ’ଣ ହେବ? ଏହାପରେ ମୁଁ ଏକ ବ୍ୟାଙ୍କ ନାମରେ ୪ ଟି ଚେକ୍ ସାଇନ୍ କରିଥିଲି । ଫର୍ମର ଉପରେ ମୋ ନାଁ ଏବଂ ବ୍ୟାଙ୍କର ନାଁ ଥିଲା।  ସେ କହିଲେ ବାକି ସବୁ ମୁଁ  ପୂରଣ କରିଦେବି, ବ୍ୟସ୍ତ ହୁଅନ୍ତୁ ନାହିଁ । ତାପରେ ଲୋକଟି ଅଦୃଶ୍ୟ ହୋଇଗଲେ। ୧୨ ଲକ୍ଷ ଟଙ୍କା ଥିଲା। ମୁଁ ତାଙ୍କୁ କଲ୍‌ କରି ଚାଲିଲି, କିଛି ଉତ୍ତର ପାଇଲିନି।"

ଅଭିନେତ୍ରୀ ଆହୁରି କହିଛନ୍ତି, “କୌଣସି ପ୍ରକାରେ ମୁଁ ତାଙ୍କ ସହରକୁ ଜଣେ ବନ୍ଧୁଙ୍କୁ ପଠାଇଥିଲି। ୪ ଟି ଚେକ୍ ଆଣିଲି। କିନ୍ତୁ ସେହି ଚେକ୍ ମଧ୍ୟରୁ ୩ ଟି ବାଉନ୍ସ ହୋଇଗଲା । ମୋର ୯ ଲକ୍ଷ ଟଙ୍କାର ଠକେଇ ହୋଇଗଲା। ଚେକ୍ ବାଉନ୍ସ ହେବା ପରେ ମୁଁ ଏକ ମାମଲା ଦାୟର କରିଥିଲି। କିନ୍ତୁ ଆମେ ତାରିଖ ପରେ ତାରିଖ ପାଇବାକୁ ଲାଗିଲୁ । ମୋ ବାପା ଭୋପାଳରୁ ଆସୁଥିଲେ। ହେଲେ ସେହି ଓକିଲ ମଧ୍ୟ ବିକ୍ରି ହୋଇଯାଇଥିଲେ। ସେ ମୋତେ କହିଲେ ତୁମର ସମସ୍ତ ଫାଇଲ୍ ଗାଏବ ହୋଇଯାଇଛି। ତା’ପରେ ମୁଁ କ୍ଳାନ୍ତ ହୋଇ ଛାଡିଦେଲି । ଯେତେବେଳେ ସେହି ଶୋ ବନ୍ଦ ହେଲା, ମୁଁ ଅନୁଭବ କଲି ଯେ ଟଙ୍କା କେତେ ଜରୁରୀ। ତାପରେ ଛୋଟ ଛୋଟ ବିଜ୍ଞାପନ କରି ମୁଁ କାମ ଚଳାଇଲି।"

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.