ଭଲ ନିଦ ପାଇଁ ଉଚିତ୍ ପୋଶ୍ଚର ସହ ଉପଯୁକ୍ତ ଗଦି ଓ ତକିଆ ମଧ୍ୟ ଜରୁରି । ପ୍ରାୟତଃ ଲୋକମାନଙ୍କ ଧ୍ୟାନ ତକିଆ ଉପରକୁ ସେତେବେଳ ଯାଏ ଯାଇ ନଥାଏ, ଯେତେବେଳ ଯାଏ ବେକରେ ଯନ୍ତ୍ରଣା ବା ମୁଣ୍ଡ ଭାରୀ ଲାଗିବା ପରି ସମସ୍ୟା ହୋଇ ନଥାଏ । ପ୍ରାୟତଃ ତକିଆ କେବେ କିଣା ହୋଇଥିଲା ମନେ ପକାଇବା ମଧ୍ୟ କଷ୍ଟକର ହୋଇପଡେ । ଶୋଇବା ପୋଶ୍ଚରକୁ ସହାୟତା କରିବା ପାଇଁ ଉପଯୁକ୍ତ ତକିଆ ଆବଶ୍ୟକ ହୋଇଥାଏ । ଚାଲନ୍ତୁ ଜାଣିବା ତକିଆ କେବେ ଓ କାହିଁକି ବଦଳିବା ଦରକାର ।
ପରିବର୍ତ୍ତନର କାରଣ
ନେରୁଦଣ୍ଡ ହାଡ଼ ସିଧା ରହେ: ଯଦି ତକିଆର ଆକାର ବିଗିଡ଼ି ଯାଏ, ତେବେ ବେକ ଓ ମୁଣ୍ଡର ପୋଶ୍ଚର ବିଗିଡ଼ି ଯାଇପାରେ । ଫଳରେ ସକାଳେ ମୁଣ୍ଡବିନ୍ଧା ବା ଥକ୍କାପଣ ଅନୁଭବ ହୋଇଥାଏ । ଠିକ୍ ଭାବେ ସହାୟତା କରୁଥିବା ତକିଆ ବେକକୁ ସିଧା ରଖିଥାଏ ।
ଆଲର୍ଜିର ଘର: ତକିଆରକୁ ସମୟ ଅନ୍ତରାଳରେ ସଫା କରିବା ଦ୍ୱାରା ମଧ୍ୟ ଏଥିରେ ଧୂଳିମଳି, ଡେଡ୍ ସ୍କ୍ରିନ୍ ଓ ଝାଳ ଲାଗି ରହିଥାଏ । ଏହି କାରଣରୁ ଅନେକ ସମୟରେ ଆସ୍ଥାମା ଟ୍ରିଗର ହୋଇଥାଏ । ଏହାବ୍ୟତୀତ ଛାତି ଯନ୍ତ୍ରଣା ଓ ଆଖି କୁଣ୍ଡାଇ ହେବା ପରି ସମସ୍ୟା ଦେଖା ଦେଇଥାଏ ।
ଭଲ ନିଦର ସାଥୀ: ଯଦି ତକିଆ ଭଲ ହୋଇଥାଏ, ତେବେ ଶାନ୍ତିରେ ନିଦ ହେବା ସହ ବାରମ୍ବାର କଡ଼ ଲେଉଟାଇବାକୁ ପଡି ନଥାଏ । କେବେ ବଦଳାଇବେ? ପ୍ରତ୍ୟେକ ୨ରୁ ୩ ବର୍ଷ ଭିତରେ ତକିଆ ବଦଳାଇବା ଆବଶ୍ୟକ । ତଥାପି ଏହା ତକିଆର ଗୁଣବତ୍ତା ଉପରେ ନିର୍ଭର କରିଥାଏ । ତକିଆର ଗୁଣବତ୍ତା ଅନୁସାରେ ବଦଳାଇବାକୁ ପଡିଥାଏ ।
ପଲିଷ୍ଟର ବା ଫାଇବର ଫିଲ: ଏହି ତକିଆ ଶୀଘ୍ର ଖରାପ ହୋଇଥାଏ । ଏହାକୁ ଏକ ବର୍ଷରୁ ଦେଢ ବର୍ଷ ଭିତରେ ବଦଳାନ୍ତୁ ।
ମେମୋରୀ ଫୋମ୍: ଏହା ଦୀର୍ଘ ସମୟ ଯାଏ ଖରାପ ହୋଇ ନଥାଏ । ଏହାକୁ ୩ରୁ ୪ ବର୍ଷ ଯାଏ ବ୍ୟବହାର କରିପାରିବେ । ଯେକୌଣସି ତକିଆକୁ ୩ରୁ ୬ ମାସ ଭିତରେ ସଫା ମଧ୍ୟ କରିପାରିବେ ।