ଭୁବନେଶ୍ବର ୧୪।୫: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୌମ୍ୟ ହତ୍ୟା ଘଟଣାର ନୂଆ ଖୁଲାସା କରିଛନ୍ତି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ହୋଇଯାଇଥିଲେ । ସୌମ୍ୟଙ୍କ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ସୌମ୍ୟଙ୍କୁ ଅଣାଯାଇଥିଲା ଡାକ୍ତରଖାନା । ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ସୌମ୍ୟଙ୍କ ସହିତ ଥିଲେ କେବଳ ପୋଲିସ କର୍ମଚାରୀ ।
ସୌମ୍ୟଙ୍କୁ ବାଳକାଟିରୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଏଣ୍ଟ୍ରି ବେଳେ ଚାଲୁନଥିଲା ସୌମ୍ୟଙ୍କ ପଲ୍ସ, ବିପି । ଆମ୍ବୁଲାନ୍ସରେ ବି ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ଆମ୍ବୁଲାନ୍ସରେ ସୌମ୍ୟଙ୍କ ସହ ଯାଇଥିଲେ ଦୁଇ ପିସିଆର ଷ୍ଟାଫ୍ ।
ଅନ୍ୟପକ୍ଷରେବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ କେସରେ ମୁଖ୍ୟ ଅଭିଯୁକ୍ତ ଗିରଫକରାଯାଇଛି। ଚିନୁ ଓରଫ ରଞ୍ଜିତ ପାତ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହାକୁ ମିଶାଇ ମୋଟ୍ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ବାନ୍ଧିଛି ।
ସୂଚନାଯୋଗ୍ୟ ଯେ,ମେ’୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେଲୋକମାନେସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।