ନୂଆଦିଲ୍ଲୀ : ଓମ୍‌ ଜପ ଯଦିଓ ହିନ୍ଦୁ ଧର୍ମ ସହ ଯୋଡ଼ି ହୋଇ ରହିଛି , କିନ୍ତୁ ବୈଜ୍ଞାନିକଙ୍କ ମଧ୍ୟରେ ଏହାକୁ ନେଇ ଆଉ କିଛି ବିଶ୍ୱାସ ରହିଛି। ଅନେକ ଡାକ୍ତର ଓ ବୈଜ୍ଞାନିକ ଏହାକୁ ଫ୍ରିକ୍ୱେନ୍ସି ଭାବେ ମନେକରନ୍ତି। ଏମିତି ୟୁନିଭର୍ସଲ ଫ୍ରିକ୍ୱେନ୍ସି ଯାହା କି, ଆମ ଶରୀରର ଅନେକ ସମସ୍ୟାକୁ ସମାଧାନ କରି ପାରେ। ନ୍ୟୁରୋଲଜିଷ୍ଟ ଡାକ୍ତର ଶ୍ୱେତା ଅଡାତିଆ ଓମ୍‌ ଜପ ସହ ଜଡ଼ିତ ଏକ ଏକ୍ସପେରିମେଣ୍ଟ କରିଛି। ଏହାର ଫଳାଫଳ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ପାରେ।

ମନ୍ତ୍ରର ହାର୍ଟ ଉପରେ ପ୍ରଭାବ –

ଡାକ୍ତର ଶ୍ୱେତା ଜଣେ ବ୍ରେନ୍‌ ସାଇଣ୍ଟିଷ୍ଟ। ତାଙ୍କୁ ବୈଦିକ ମନ୍ତ୍ରର ଶକ୍ତି ଉପରେ ଖୁବ୍‌ ଭରସା ରହିଛି। ଶ୍ୱେତା ପ୍ରାଣାୟାମ ଓ ମନ୍ତ୍ରର ଜପରେ ଷ୍ଟ୍ରେସ୍‌ ହ୍ରାସ କରିବାର ଉପାୟ ଖୋଜୁଛନ୍ତି। ସେ ଏକ ପ୍ରୟୋଗ କରିଛନ୍ତି , ଯେଉଁଥିରେ ଜାଣିବାକୁ ପାଇଲେ କି , ଓମ୍‌ର ଜପ କରିବା ଦ୍ୱାରା ଆପଣଙ୍କର ହାର୍ଟରେଟ୍‌ ଭାରିଏବିଲିଟି (ଏଚଆରଭି) ହ୍ରାସ ପାଇ ପାରେ। 

ବଦଳି ଗଲା ହାର୍ଟରେଟ୍‌-

ଶ୍ୱେତା କହିଛନ୍ତି ଯଦି ସେ ନିଜର ହାର୍ଟରେଟ୍‌ ପରିବର୍ତ୍ତନକୁ ୯୦ରୁ ୬୦-୬୫ ଯାଏ ଆଣି ପାରନ୍ତି ତ ଏହି ହାର୍ଟରେଟ୍‌ ଭାରିଏବିଲିଟି ତାଙ୍କର ହାର୍ଟ ଓ ମସ୍ତିଷ୍କ ପାଇଁ ଖୁବ୍‌ ଭଲ। ଏହାପରେ ସେ ନିଜର ଆଙ୍ଗୁଠିରେ ପଲ୍ସ ଅକ୍ସିମିଟର ଲଗାଇ ଥିଲେ। ଏହାପରେ ହାର୍ଟବିଟ୍‌ ନୋଟ୍‌ କଲେ , ଯାହାକି ୮୩ ଥିଲା। ଶ୍ୱେତା କହିଛନ୍ତି କି, ଓମ୍‌ ୟୁନିଭର୍ସଲ ଫ୍ରିକ୍ୱେନ୍ସି ଅଟେ, ଏହାର କୌଣସି ଧର୍ମ ସହ ନେଣଦେଣ ନାହିଁ।

ଦୁଇ ପ୍ରକାରର ଓମ୍‌ର ଉଚ୍ଚାରଣ –

ଶ୍ୱେତା ଓମ୍‌ର ଉଚ୍ଚାରଣ ଦୁଇ ପ୍ରକାରର କରିଛନ୍ତି। ପ୍ରଥମ ଥର ସେ ‘ଓ’ କୁ ଲମ୍ୱା ଉଚ୍ଚାରଣ କରିଛନ୍ତି। ଅକ୍ସିମିଟରରେ ଦେଖା ଦେଇଥିଲା କି ତାଙ୍କର ପଲ୍ସରେଟ୍‌ ୭୩ ଯାଏ ପହଞ୍ଚି ଯାଇଛି । ଏହାପରେ ଶ୍ୱେତା ଓମ୍‌ର ‘ ମ’ କୁ  ଅଧିକ ସମୟ ଯାଏ ଉଚ୍ଚାରଣ କଲେ , ଏମିତି କରିବାରେ ହାର୍ଟବିଟ୍‌ ୬୯ ଯାଏ ଆସି ଥିଲା। 

ଶ୍ୱେତା କହିଛନ୍ତି କି, ଯଦି କାହାର ମସ୍ତିଷ୍କକୁ ଆକ୍ଟିଭେଟ୍‌ କରିବାର ଅଛି ତ ଓମ୍‌ରେ  ‘ଓ’ ର ଉଚ୍ଚାରଣ ଦୀର୍ଘ ସମୟ ଯାଏ କରନ୍ତୁ। ଯଦି ରିଲାକ୍ସ ଫିଲ୍‌ କରିବାର ଅଛି ତ ‘ ମ’ ର ଉଚ୍ଚାରଣ ଦୀର୍ଘ ସମୟ ଯାଏ କରନ୍ତୁ। ଏଥିରେ ଏହି ଫଳ ବାହାରିବ କି ଆପଣ ସକାଳୁ ଉଠି ଓମ୍‌ର ଉଚ୍ଚାରଣ କରନ୍ତୁ ଏବଂ ‘ଓ’ କୁ ଅଧିକ ସମୟ ଯାଏ ଲମ୍ୱାଇ ଉଚ୍ଚାରିତ କରନ୍ତୁ। ଶୋଇବା ପୂର୍ବରୁ ଓମ୍‌ ଉଚ୍ଚାରଣ କରନ୍ତୁ , ଯେଉଁଥିରେ ‘ମ’କୁ ଦୀର୍ଘ ସମୟ ଯାଏ କୁହନ୍ତୁ।

ଶ୍ୱେତା କହିଛନ୍ତି କି ଯଦି କାହାର ମସ୍ତିଷ୍କକୁ ଆକ୍ଟିଭେଟ୍‌ କରିବାର ଅଛି ତ ଓମ୍‌ରେ ‘ଓ’ର ଉଚ୍ଚାରଣ ଦୀର୍ଘ ସମୟ ଯାଏ କରନ୍ତୁ। ଯଦି ରିଲାକ୍ସ ଅନୁଭବ କରିବାର ଅଛି ତ ‘ମ’କୁ ଦୀର୍ଘ ସମୟ ଯାଏ ଉଚ୍ଚାରଣ କରନ୍ତୁ। ଏଥିରେ ଏହି ଫଳ ବାହାରିବ କି, ଆପଣ ସକାଳୁ ଉଠି ଓମ୍‌ର ଉଚ୍ଚାରଣ କରିବେ ତ ‘ଓ’ର ଉଚ୍ଚାରଣ ଦୀର୍ଘ ସମୟ ଯାଏ କରନ୍ତୁ। ଶୋଇବା ପୂର୍ବରୁ ଓମ୍‌ର ଉଚ୍ଚାରଣ କରନ୍ତୁ , ଯେଉଁଥିରେ କୁ ଅଧିକ ସମୟ କୁହନ୍ତୁ।