ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ୱାସ୍ଥ୍ୟ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି, କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି ଡାକ୍ତର

Published By : Rasmita Pradhan | October 11, 2024 12:48 PM

ଭୁବନେଶ୍ୱର, ୧୧/୧୦ : ରାଜ୍ୟରେ ୬୦% ଡାକ୍ତର ପଦବି ଖାଲି ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଅନେକ ଡାକ୍ତର କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି । ସେମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ଏ ପରିସ୍ଥିତିରେ ଛୁଟିରେ ଥିବା ଡାକ୍ତରମାନେ ଅଧିକ ଚିନ୍ତା ବଢ଼ାଉଛନ୍ତି। ବିଭାଗର ଉଦାସୀନତା ଓ ପ୍ରିୟାପ୍ରୀତି ଯୋଗୁ ଡାକ୍ତରମାନେ ଲମ୍ବା ଛୁଟିରେ ରହୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗର ହାତ ଯାଉନି। 

ରାଜ୍ୟରେ ୧୫ହଜାର ୭୭୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ରହିଛି । ସେଥିରୁ ୯୨୬୮ ପଦବି ଖାଲିପଡ଼ିଛି । ୬୫୦୬ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଡାକ୍ତର ଇଚ୍ଛାକୃତ ଭାବେ କାର୍ଯ୍ୟରେ ଯୋଗଦେଉନାହାନ୍ତି । ଆଉ କେତେକ ଡାକ୍ତର କାମ କରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ଦିଆଯାଉନି । ସ୍ୱାସ୍ଥ୍ୟ ବିଭାଗର ତ୍ରୁଟିପୂର୍ଣ୍ଣ ଆଦେଶନାମା ପାଇଁ ସେମାନେ ମାସ ମାସ ଧରି କାମ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେମାନେ ନିଯୁକ୍ତି ପାଇଥିବା ସ୍ଥାନରେ ଯୋଗଦେବାକୁ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରୁଥିଲେ ସୁଦ୍ଧା ବିଭିନ୍ନ ଅନୁମତି ମିଳୁନାହିଁ । 

ସୂଚନା ଅନୁଯାୟୀ ନୟାଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ୯ମାସ ତଳେ ଖୋର୍ଦ୍ଧାକୁ ବଦଳି ହୋଇ ଆସିଥିଲେ । ସ୍ୱାସ୍ଥ୍ୟ ବିଭାଗ ଆଦେଶ ପାଇଲା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ରିଲିଭ୍‌ କରି ତାଙ୍କ ସ୍ଥାନରେ ବଦଳି ହୋଇ ଆସିଥିବା ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ହେଲେ ନୟାଗଡ଼ରୁ ବଦଳି ହୋଇ ଆସିଥିବା ମହିଳା ଡାକ୍ତର ଖୋର୍ଦ୍ଧାରେ ଯୋଗଦାନ କରିବା ବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । କାରଣ ସେଠାରେ ପୂର୍ବରୁ ଜଣେ ଡାକ୍ତର ନିଯୁକ୍ତ ଅଛନ୍ତି । ସମ୍ପୃକ୍ତ ମହିଳା ଡାକ୍ତର ଏନେଇ ମାସ ମାସ ଧରି ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନି । ଅନେକ ଡାକ୍ତର ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.