ଭୋଗରାଇ :- ଭୋଗରାଇରେ ପାଗଳା କୁକୁର ଆତଙ୍କ । ଗୋଡ଼ାଇ ଗୋଡ଼ାଇ  ୬ ଜଣକୁ କାମୁଡିଲା କଲା ପାଗଳା କୁକୁର । ତେବେ  ଭୋଗରାଇ ବ୍ଲକ କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ସାମ୍ନାକୁ ଆସିଛି ଏହି ଘଟଣା । 

ଏହା ମଧ୍ୟ ପଢନ୍ତୁ- ରାଜନଗର ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା,ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇଓ୍ଵା

ସୂଚନା ମୁତାବକ,କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ଗୋଟିଏ ପାଗଳ କୁକୁର ସମସ୍ତଙ୍କୁ କାମୁଡି ଥିବା ଜଣାପଡିଛି। ଏନେଇ ୬ ଜଣ ଆହତ ହୋଇଥିବା ବେଳେ ସମସ୍ୟ ଆହତଙ୍କୁ  କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କୁ କାମୁଡି ଥିବାରୁ ଭୟଭୀତ ଅଞ୍ଚଳ ବାସିନ୍ଦା। କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ କରାଯାଉଛି  ।