କୋଣାର୍କ,୨୦/୦୧: କୋଣାର୍କ ବନବିଭାଗ ତରଫରୁ ଡଲଫିନ ଗଣନା ଆରମ୍ଭ । ପୁରୀ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ଡଲଫିନ ଗଣନା ଆରମ୍ଭ ହୋଇଛି। ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ପ୍ରାୟ ୧୫ ଡଲଫିନ ଦେଖିବାକୁ ମିଳିଥିବା ବେଳେ କୋଣାର୍କ ବନାଞ୍ଚଳରେ ୩ଟି ଡଲଫିନ ୟୁନିଟ୍ କରାଯାଇଛି । କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ବନପାଳ, ବନରକ୍ଷୀ ଓ ସ୍କ୍ୱାର୍ଡ଼ ସହିତ ୨୦ କର୍ମଚାରୀ ଏହି ଡଲଫିନ ଗଣନାରେ ସାମିଲ ହୋଇଛନ୍ତି । କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ବନପାଳ ତପନ ନାୟକ, ଭାବଗ୍ରାହୀ ସେଠି, କାର୍ତ୍ତିକେଶ୍ୱର ମୁଣ୍ଡା, ରାକେଶ ପତି,ବନରକ୍ଷୀ ମାନସ ମୁଖି, ସସ୍ମିତା ସିଂ, ରଶ୍ମିତା ପୁଷ୍ଟି ଉପସ୍ଥିତ ଥିଲେ।