ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆମେରିକାର ବସ୍ ଡୋନାଲ୍ଡ ଟ୍ରମ୍ପ, କହିଲେ ଏ ବିଜୟ ଐତିହାସିକ

Published By : Anindita Ratha | November 6, 2024 1:51 PM

ୱାଶିଂଟନ,୦୬/୧୧: ଯାହା ଆକଳନ କରାଯାଉଥିଲା ତାହା ହେଲା । ୪ ବର୍ଷ ପରେ ପୁଣି କମବ୍ୟାକ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରି ନେଇଛନ୍ତି ରିପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ । ୨୭୭ ଇଲେକ୍ଟ୍ରୋରାଲ ଭୋଟ ହାତେଇ ୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ହୋଇଛନ୍ତି ସେ । କେବଳ ଔପଚାରିକ ଭାବେ ଘୋଷଣାକୁ ଅପେକ୍ଷା । ବିଜୟ ପରେ ସେଲିବ୍ରେସନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଜିତିବା ପରେ ଖୁସି ବ୍ୟକ୍ତ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କରିବା ସହିତ ତାଙ୍କୁ ବିଶ୍ବାସ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏ ବିଜୟ ଐତିହାସିକ । ଏପରି ଜୋସ୍ ଦେଖିନାହିଁ । ଆମର ଅବିଶ୍ବସନୀୟ ବିଜୟ ହୋଇଛି । ସବୁ ଅସମ୍ଭବକୁ ସମ୍ଭବ କରିଛି ଆମେରିକା । ଆମେରିକାକୁ ମହାନ ରାଷ୍ଟ୍ର ବନାଇବି । ସିନେଟରେ ଆମର ପୁଣି ଥରେ କଣ୍ଟ୍ରୋଲ । ଏହି ବିଜୟ ଆମେରିକାବାସୀଙ୍କର । ଆମେରିକାର ଭବିଷ୍ୟତ ପାଇଁ ଲଢିବି ।''

ସମ୍ବୋଧନରେ ଟ୍ରମ୍ପ ଆହୁରି କହିଛନ୍ତି, ଏବେ ଆଉ କୌଣସି ଯୁଦ୍ଧ ହେବ ନାହିଁ । ଆମେ ଯୁଦ୍ଧକୁ ବିଶ୍ବାସ କରୁନାହିଁ । ଆତଙ୍କବାତୀ ଓ ଅନୁପ୍ରବେଶ ବନ୍ଦ ହେବ । ଆମେରିକାର ସ୍ବର୍ଣ୍ଣିମ ସମୟ ଆସି ଗଲା । ଆମେରିକା ଇତିହାସରେ ଏହା ସବୁଠୁ ବଡ ନିର୍ବାଚନ । ଆମେରିକା ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିବା । ଜନତା ମୋତେ ବିପୁଳ ବହୁମତ ଦେଇଛନ୍ତି । ମୋର ବିଜୟ ଦେଶର ପ୍ରତି ନାଗରିକଙ୍କର । ସିନେଟରେ ହୋଇଥିବା ବିଜୟ ଅବିଶ୍ବସନୀୟ । ଆମେରିକା ପାଇଁ ଯେତେ କାମ କରିବା କଥା କରିବି । ଦେଶକୁ ସବୁ ସମସ୍ୟାରୁ ଦୂରରେ ରଖିବି । ଆଉ କୌଣସି ଯୁଦ୍ଧ ହେବାକୁ ଦିଆଯିବ ନାହିଁ ।'' ପ୍ରକାଶ ଥାଉ କି, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କମଳା ହାରିସଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି । ହ୍ବାଇଟ ହାଉସ ହାତେଇବାକୁ ଲୋଡା ଥିବା ମ୍ୟାଜିକ ନମ୍ବର ୨୭୦କୁ ଟପି ୨୭୭ ଭୋଟ ହାତେଇ ଆମେରିକା ବସ୍ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.