ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆକ୍ସନ ମୁଡ୍‌ରେ ଡୋନାଲ୍ଡ ଟ୍ରମ୍ପ, ଅବୈଧ ପ୍ରବାସୀଙ୍କୁ ଖୋଜିବାକୁ ଗୁରୁଦ୍ଵାରରେ ଚାଲିଛି ସର୍ଚ୍ଚ ଅପରେସନ

Published By : Rasmita Pradhan | January 27, 2025 1:14 PM

ନୂଆଦିଲ୍ଲୀ, ୨୭/୦୧ : ଶାସନକୁ ଫେରିବା ପରେ ଆକ୍ସନ ମୁଡ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅବୈଧ ପ୍ରବାସୀଙ୍କ ପାଇଁ ବଢିଲା ଅଡ଼ୁଆ। ଖୋଜି ଖୋଜି ଅବୈଧ ପ୍ରବାସୀଙ୍କୁ ଆମେରିକାରୁ କରାଯାଉଛି ତଡ଼ିପାର୍। ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବାକୁ ଏବେ ଗୁରୁଦ୍ଵାରରେ ଚାଲିଛି ସର୍ଚ୍ଚ ଅପରେସନ। ନ୍ୟୁୟର୍କ ଏବଂ ନ୍ୟୁଜର୍ସିର ଗୁରୁଦ୍ଵାରରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ। ୭ ଲକ୍ଷ ଭାରତୀୟଙ୍କ ପାଇଁ ବଢିଲା ମୁସ୍କିଲ୍। 

ସୂଚନାନୁଯାୟୀ, ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ଖୋଜି ଖୋଜି ବାହାର କରାଯାଉଛି। ଏବେ ସରକାର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ଥିବା ଗୁରୁଦ୍ଵାର ଗୁଡ଼ିକରେ ସର୍ଚ୍ଚ ଅପରେସନ କରାଯାଉଛି। ସୁରକ୍ଷାକର୍ମୀମାନେ ଗୁରୁଦ୍ଵାରରେ ପଇଁତରା ମାରୁଛନ୍ତି। ଯାହାପରେ ଆମେରିକାରେ ରହୁଥିବା ପ୍ରାୟ ୭ ଲକ୍ଷ ଭାରତୀୟଙ୍କ ମୁସ୍କିଲ୍ ବଢିଛି। ସେପଟେ ଟ୍ରମ୍ପଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଶିଖ୍ ସଙ୍ଗଠନ କଡ଼ା ସମାଲୋଚନା କରିଛନ୍ତି। ଆସ୍ଥା ଏବଂ ପବିତ୍ରତା ଉପରେ ବିପଦ ବୋଲି କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଇଣ୍ଡିଆ ସହ ସମ୍ପର୍କକୁ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ବଡ ବୟାନ; କହିଲେ ମୋ ପୂର୍ବପୁରୁଷମାନେ ଭାରତୀୟ

ସେପଟେ ନ୍ୟୁଜର୍ସିର ନେୱାର୍କ ଏୟାରପୋର୍ଟର ଏକ ଘଟଣା ଭାରତୀୟଙ୍କ ପାଇଁ ଚିନ୍ତା ବଢାଇଛି। ବି-୧/ବି-୨ ଭିଜିଟର ଭିଜାରେ ନିଜ ପିଲାମାନଙ୍କୁ ଦେଖା କରିବାକୁ ଆସିଥିବା ଏକ ଭାରତୀୟ ଦମ୍ପତିଙ୍କୁ ଆମେରିକାରେ ଏଣ୍ଟ୍ରି ମିଳିନି। ରିଟର୍ଣ୍ଣ ଟିକଟ ନଥିବାରୁ ସେମାନଙ୍କୁ ଏୟାରପୋର୍ଟରୁ ସିଧା ଭାରତ ଫେରିବାକୁ ପଡ଼ିଛି। ଆମେରିକାର ୨୦୨୫ ଇମିଗ୍ରେସନ ନିୟମରେ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ଭିଜିଟର ଭିଜାରେ ଆସିଥିବା ଲୋକ ରିଟର୍ଣ୍ଣ ଟିକେଟ କରିବା ଜରୁରୀ ବୋଲି ନିୟମ ହୋଇଛି। ତେବେ ଅଚାନକ ଇମିଗ୍ରେସନ ନିୟମରେ ପରିବର୍ତ୍ତନ ଯୋଗୁଁ ବହୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଆମେରିକାରେ ଅପ୍ରତ୍ୟାଶିତ ଭାବେ ନିୟମ ପରିବର୍ତ୍ତନ ଯୋଗୁଁ ଯାତ୍ରୀଙ୍କୁ ସାବଧାନ ରହିବାକୁ ଭାରତ ସରକାର ଅପିଲ୍ କରିଛନ୍ତି। ଅଧିକ ସୂଚନା ପାଇଁ ସରକାରୀ ୱେବସାଇଟ୍ ଏବଂ ଟ୍ରାଭେଲ୍ ଏଜେଣ୍ଟଙ୍କ ଠାରୁ ପରାମର୍ଶ ନେବାକୁ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.