ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପାକିସ୍ତାନକୁ ଟ୍ରମ୍ପ୍‌ଙ୍କ ବଡ଼ ଝଟ୍‌କା,ସବୁ ସହାୟତା ରୋକିଲା ଆମେରିକା

Published By : Prameya | January 30, 2025 12:28 PM

ୱାଶିଂଟନ,୩୦/୦୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ୍‌ଜିକ୍ୟୁଟିଭ୍‌ ଆଦେଶ ପରେ ପାକିସ୍ତାନକୁ  ଦିଆଯାଉଥିବା ସହାୟତା ଉପରେ ରୋକ୍‌ ଲଗାଇ  ଦେଇଛି ଆମେରିକା । ଅସ୍ଥାୟୀ ଭାବେ ଏହି ରୋକ୍‌  ଲାଗିଛି । ପାକ୍‌କୁ ମିଳୁଥିବା ସହାୟତାକୁ ପୁନଃ  ମୂଲ୍ୟାୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ୍‌ । 

ଜିଓ  ନ୍ୟୁଜ୍‌ ମୁତାବକ, ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଯୋଗୁ  ପାକିସ୍ତାନରେ ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ ଡେଭଲପ୍‌ମେଣ୍ଟ (ୟୁଏସ୍‌ଏଆଇଡି)ର ଅନେକ ଜରୁରି  ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇଛି । ଏହାଦ୍ୱାରା  ପାକିସ୍ତାନରେ ଶକ୍ତି କ୍ଷେତ୍ର ସହ ଜଡ଼ିତ ୫ଟି ଯୋଜନା  ଠପ୍‌ ହୋଇପଡ଼ିଛି । ଏହାବ୍ୟତୀତ ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ  ସୁରକ୍ଷା, ବନ୍ୟା, ଜଳବାୟୁ ଓ ଶିକ୍ଷା ସହ ଜଡ଼ିତ ଅନେକ  ପ୍ରକଳ୍ପ ବି ପ୍ରଭାବିତ ହୋଇଛି । ଏଗୁଡ଼ିକ ମଧ୍ୟରୁ କିଛି  ପ୍ରକଳ୍ପ ସବୁଦିନ ପାଇଁ ବନ୍ଦ ହୋଇଯିବା ନେଇ ଆଶଙ୍କା  ଦେଖାଦେଇଛି । 

ଏହା ପୂର୍ବରୁ ଟ୍ରମ୍ପ୍‌ ପ୍ରଶାସନ ଶୁକ୍ରବାର  ଇସ୍ରାଏଲ, ଇଜିପ୍ଟ ଓ ଖାଦ୍ୟ କାର୍ଯ୍ୟକ୍ରମକୁ ଛାଡ଼ି ବାକି ଅନ୍ୟ ସମସ୍ତ ବିଦେଶୀ ସହାୟତା ଉପରେ ରୋକ୍‌  ଲଗାଇଥିଲେ। ଏମିତି କି ଗରିବ ଦେଶଗୁଡ଼ିକୁ ମିଳୁଥିବା  ସ୍ୱାସ୍ଥ୍ୟ ସହାୟତାକୁ ବି ବନ୍ଦ କରାଯାଇଥିବା ଆମେରିକାର  ବିଦେଶ ମନ୍ତ୍ରଣାଳୟ କହିଥିଲା । ଅନ୍ୟପକ୍ଷରେ ଗାଜା ପାଇଁ ଆମେରିକାର ପୂର୍ବତନ ବାଇଡେନ୍‌ ପ୍ରଶାସନ ୫୦ ନିୟୁତ ଡଲାର (୪୩୨ କୋଟି ଟଙ୍କା)ର ଏକ  ପାଣ୍ଠିକୁ ମଞ୍ଜୁରି ଦେଇଥିଲା । ଟ୍ରମ୍ପ୍‌ ପ୍ରଶାସନ ଏହା  ଉପରେ ରୋକ୍‌ ଲଗାଇ ଦେଇଛନ୍ତି । ମାଗଣାରେ  କଣ୍ଡୋମ ବିତରଣ ଲାଗି ଏହି ପାଣ୍ଠିକୁ ମଞ୍ଜୁରି  ମିଳିଥିଲା ବୋଲି ହ୍ୱାଇଟ୍‌ହାଉସ୍‌ ଅଭିଯୋଗ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.