ନୂଆଦିଲ୍ଲୀ,୨୨/୧୨; ଆମେରିକାର ବହୁଚର୍ଚ୍ଚିତ ଜେଫ୍ରୀ ଏପ୍ଷ୍ଟିନ୍ ସେକ୍ସ ସ୍କାଣ୍ଡାଲ ଫାଇଲ୍ର ମହାଖୁଲାସା ହୋଇଛି । ଦେଶର ନ୍ୟାୟ ବିଭାଗ ୭ଟି ସେଟ୍ ୩ ଲକ୍ଷ ଦସ୍ତାବିଜ ଜାରି କରିଛି । ଏଥିରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ପପ୍ ସିଙ୍ଗର ମାଇକେଲ୍ ଜ୍ୟାକ୍ସନ, ହଲିଉଡ୍ ଅଭିନେତା କ୍ରିସ ଟକର୍, ବ୍ରିଟେନ୍ର ପ୍ରିନ୍ସ ଆଣ୍ଡ୍ରିଉଙ୍କ ଭଳି ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କ ଫଟୋ ଏହି ଫାଇଲ୍ରେ ରହିଛି । ଫାଇଲ୍ ଗୁଡ଼ିକରେ ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନଙ୍କର ଅଧିକାଂଶ ଫଟୋ ସ୍ଥାନ ପାଇଛି । ଏଗୁଡ଼ିକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ବଡ଼ କଥା ହେଉଛି ପୂର୍ବରୁ ପ୍ରଘଟ ହୋଇଥିବା ଫାଇଲ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ କ୍ଲିଣ୍ଟନଙ୍କର ଫଟୋ ଥିଲା । ଏଥର ଟ୍ରମ୍ପ୍ଙ୍କ ବାବଦରେ ଗୋଟିଏ ଫଟୋ ବି ଦେଖିବାକୁ ମିଳିନାହିଁ । ଏପ୍ଷ୍ଟିନ୍ ଅପରାଧରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ କୌଣସି ଅଭିଯୋଗ ନଥିଲା । ଟ୍ରମ୍ପ ପୂର୍ବରୁ କହିଥିଲେ ଯେ, ଏପଷ୍ଟିନ ଅପରାଧିକ କାର୍ଯ୍ୟକଳାପ ବିଷୟରେ କିଛି ଜାଣିନାହାନ୍ତି । ଆମେରିକାର ନ୍ୟାୟ ବିଭାଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ପୁଣି ପ୍ରକାଶ କରିଛି ଯାହାକୁ ଜେଫ୍ରୀ ଏପଷ୍ଟାନଙ୍କ ସହ ଜଡିତ ଡକ୍ୟୁମେଣ୍ଟର ଡାଟାବେସରୁ ହଟାଇ ଦିଆଯାଇଥିଲା ।
ବିଭାଗ କହିଛି କି, ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି କି, ଫଟୋରେ ଏପଷ୍ଟିନ୍ଙ୍କର କୌଣସି ପୀଡିତଙ୍କ ଉପସ୍ଥିତି ନାହିଁ । ତେଣୁ ଏହାକୁ କୌଣସି ପରିବର୍ତ୍ତନ ବିନା ଅପଲୋଡ କରାଯାଇଛି । ଏବେ ପ୍ରଶ୍ନ ଉଠୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ କେଉଁ ଫଟୋ ହଟାଯାଇଥିଲା ? ଏହି ଫଟୋ ଏକ ଡେକ୍ସର ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପଙ୍କର ଏକ ଫଟୋ ଦେଖିବାକୁ ମିଳୁଛି । ଫଟୋରେ ଟ୍ରମ୍ପ କିଛି ମହିଳାଙ୍କ ସହିତ ନଜର ଆସୁଛନ୍ତି । ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା କାର୍ଯ୍ୟାଳୟରେ ସମ୍ଭାବିତ ପୀଡ଼ିତଙ୍କୁ ସୁରକ୍ଷାକୁ ଧ୍ୟାନରେ ରଖି ଫଟୋକୁ ସମୀକ୍ଷା ପାଇଁ ଚିହ୍ନିତ କରାଯାଇଛି । ରଏଟର୍ସ ରିପୋର୍ଟ ଅନୁସାରେ, ନ୍ୟାୟ ବିଭାଗ ତାର ସୋସିଆଲ ମିଡିଆ ଏକ୍ସରେ ବିବୃତ୍ତି ଜାରି କରିଛି । ସେଥିରେ କୁହାଯାଇଛି କି, ସମୀକ୍ଷା ପରେ ମିଳିଥିବା ଫଟୋରେ ଜେଫ୍ରୀ ଏପଷ୍ଟିନଙ୍କ କୌଣସି ପୀଡିତଙ୍କ ସହ ରହିବାର କିଛି ପ୍ରମାଣ ନାହିଁ । ତେଣୁ ଏଥିରେ କୌଣସି ପରିବର୍ତ୍ତନ କରାନଯାଇ ପୁଣି ଥରେ ଅପଲୋଡ କରାଯାଇଛି । ଫଟୋରେ ଥିବା ମହିଳାଙ୍କୁ ନେଇ ଚିନ୍ତାର କାରଣ ପାଇଁ ଫଟୋ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଡେପୁଟି ଅଣ୍ଟର୍ନି ଜନରଲ । ସେ ଏନବିସିର କାର୍ଯ୍ୟକ୍ରମ ମିଟ୍ ଦ ପ୍ରେସ୍ ୱିଥ୍ କ୍ରିଷ୍ଟନ ୱେଲକରରେ କହିଛନ୍ତି ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କୌଣସି ସମ୍ପର୍କ ନାହିଁ ।
ଏପ୍ଷ୍ଟିନ ଫାଇଲ- ନ୍ୟାୟ ବିଭାଗ ୨୦୧୯ ମସିହାରେ ଆତ୍ମହତ୍ୟା କରିଥିବା ଜଣେ ଯୌନ ଅପରାଧୀ ଜେଫ୍ରୀ ଏପ୍ଷ୍ଟିନ୍ ସହ ଜଡ଼ିତ ହଜାର ହଜାର ଦସ୍ତାବିଜ ପ୍ରକାଶ କରିଥିଲା । ପ୍ରାୟ ୫୫୦ ପୃଷ୍ଠାକୁ କଳା ଚିହ୍ନିତ କରାଯାଇଛି । ଏଥିରେ ଯୁବତୀଙ୍କ ସହ ବାଥଟବରେ ନଜର ଆସିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ । ୫ ଯୁବତୀଙ୍କ କୋଳର ନଜର ଆସିଛନ୍ତି ବ୍ରିଟେନର ପ୍ରିନ୍ସ ଆଣ୍ଡ୍ରିଉ । ଆହୁରି ହଜାର ହଜାର ଫାଇଲ୍ ଏବେ ବି ନ୍ୟାୟ ବିଭାଗ ପାଖରେ ରହିଛି । ତେବେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତାହାକୁ ଏବେ ଜାରି କରାଯାଇ ନାହିଁ ବୋଲି ସଫେଇ ଦେଇଛି ବିଭାଗ । ତଦନ୍ତ ଏହା ବିରୋଧରେ ମହାଭିଯୋଗ ଆଣିବାକୁ ଡେମୋକ୍ରାଟିକ ପାର୍ଟି ଧମକ ଦେଇଛି ।