ପୁରୀ, ୦୮/୧୧ : ପୁରୀ ସମୁଦ୍ର ବେଳାଭୂମିରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ଚିତ୍ର ଆଙ୍କିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା କଳାରେ ସେ "Making America Great Again" (ଆମେରିକାକୁ ପୁଣିଥରେ ମହାନ କରିବା) ବାର୍ତ୍ତା ଦେଇଛନ୍ତି। ୫ ଫୁଟ ଉଚ୍ଚର ଏହି ବାଲୁକା କଳାରେ ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ସ୍ଥାନିତ କରାଯାଇଛି। ଏଥିପାଇଁ ୪ ଟନ୍ର ବାଲି ବ୍ୟବହାର ହୋଇଛି। ଏହି ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀମାନେ ତାଙ୍କୁ ସହଯୋଗ କରିଛନ୍ତି।
ନିକଟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ନାରା ଥିଲା ଆମେରିକାକୁ ପୁଣିଥରେ ମହାନ କରିବା। ଯାହାକି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି।