ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Donald Trump: ଡୋନାଲ୍ଡ ଟ୍ରମ୍ପଙ୍କ ଅଜବଗଜବ ଦାବି; କହିଲେ ଆମେରିକାର ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବ ଭାରତ

Published By : Bijay Swain | March 7, 2025 11:53 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଭାରତ ଆମେରିକୀୟ ଉତ୍ପାଦ ଉପରୁ ଟିକସ ହଟାଇବାକୁ ରାଜି ହୋଇଛି। ଆଗରୁ ଭାରତ ଏହି ଉତ୍ପାଦ ଗୁଡିକ ଉପରେ ଭାରି ଶୁଳ୍କ(ଟାରିଫ) ଲଗାଉଥିଲା। ଯେଉଁଥିପାଇଁ ଭାରତରେ ଆମେରିକୀୟ ଉତ୍ପାଦ ଗୁଡିକର ଦାମ ଅଧିକ ରହୁଥିଲା। କିନ୍ତୁ ଭାରତ ଏହି ଶୁଳ୍କ କମ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ବର୍ତ୍ତମାନ ଏହା ସୁଲଭ ମୁଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। 



ଆମେରିକାକୁ ଅନ୍ୟଦେଶ ଗୁଡିକ ଦ୍ୱାରା ବହୁଳ ଭାବେ ଶୋଷଣ କରାଯାଇଛି। ଆଉ ଏବେ ଏଥିରେ ବ୍ରେକ ଲାଗିବା ଦରକାର। ମୋର ପ୍ରଥମ କାର୍ଯ୍ୟକାଳରେ ମୁଁ ଏହାକୁ ରୋକିବାକୁ ଅମେକ ଚେଷ୍ଟା କରିଥିଲି। ଦ୍ୱିତୀୟ କାର୍ଯ୍ୟକାଳରେ ଫୁଣି ଆଉଥରେ ଏହା ଉପରେ କାମ କରୁଛି। ତେବେ ଏହିଭଳି ଅଧିକ ଶୁଳ୍କ ପାଇଁ ଆମେରିକାକୁ ଆର୍ଥିକ, ବିତ୍ତିୟ ଓ ବ୍ୟାପାରିକ ଦୃଷ୍ଟିକୋଣରୁ ବହୁତ କ୍ଷତି ସହିବାକୁ ପଡିଛି ବୋଲି ଟ୍ରମ୍ପ କହିଛନ୍ତି। 

ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ନେତୃତ୍ୱରେ ହିଁ ଦେଶରୁ ଶୋଷଣ କୁ ରୋକାଯିବା ସହ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଟ୍ରମ୍ପଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିନାମାକୁ ସେ କଡାକଡି ଭାବେ ଲଗାଇବାକୁ ସେ ଫୁଣି ଯୋଜନା କରୁଛନ୍ତି। ଯାହା ଦ୍ୱାରା ଆମେରିକା ଅଧିକ ଲାଭବାନ ହୋଇପାରିବ। ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ଶୋଷଣ କରୁଥିବା ଦେଶଗୁଡ଼ିକର ସମୟ ସମାପ୍ତ ହୋଇଛି ଓ ଆମେରିକାର ସମୟ ଆସିଛି ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.