ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଭାରତ ଆମେରିକୀୟ ଉତ୍ପାଦ ଉପରୁ ଟିକସ ହଟାଇବାକୁ ରାଜି ହୋଇଛି। ଆଗରୁ ଭାରତ ଏହି ଉତ୍ପାଦ ଗୁଡିକ ଉପରେ ଭାରି ଶୁଳ୍କ(ଟାରିଫ) ଲଗାଉଥିଲା। ଯେଉଁଥିପାଇଁ ଭାରତରେ ଆମେରିକୀୟ ଉତ୍ପାଦ ଗୁଡିକର ଦାମ ଅଧିକ ରହୁଥିଲା। କିନ୍ତୁ ଭାରତ ଏହି ଶୁଳ୍କ କମ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ବର୍ତ୍ତମାନ ଏହା ସୁଲଭ ମୁଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। 



ଆମେରିକାକୁ ଅନ୍ୟଦେଶ ଗୁଡିକ ଦ୍ୱାରା ବହୁଳ ଭାବେ ଶୋଷଣ କରାଯାଇଛି। ଆଉ ଏବେ ଏଥିରେ ବ୍ରେକ ଲାଗିବା ଦରକାର। ମୋର ପ୍ରଥମ କାର୍ଯ୍ୟକାଳରେ ମୁଁ ଏହାକୁ ରୋକିବାକୁ ଅମେକ ଚେଷ୍ଟା କରିଥିଲି। ଦ୍ୱିତୀୟ କାର୍ଯ୍ୟକାଳରେ ଫୁଣି ଆଉଥରେ ଏହା ଉପରେ କାମ କରୁଛି। ତେବେ ଏହିଭଳି ଅଧିକ ଶୁଳ୍କ ପାଇଁ ଆମେରିକାକୁ ଆର୍ଥିକ, ବିତ୍ତିୟ ଓ ବ୍ୟାପାରିକ ଦୃଷ୍ଟିକୋଣରୁ ବହୁତ କ୍ଷତି ସହିବାକୁ ପଡିଛି ବୋଲି ଟ୍ରମ୍ପ କହିଛନ୍ତି। 

ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ନେତୃତ୍ୱରେ ହିଁ ଦେଶରୁ ଶୋଷଣ କୁ ରୋକାଯିବା ସହ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଟ୍ରମ୍ପଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିନାମାକୁ ସେ କଡାକଡି ଭାବେ ଲଗାଇବାକୁ ସେ ଫୁଣି ଯୋଜନା କରୁଛନ୍ତି। ଯାହା ଦ୍ୱାରା ଆମେରିକା ଅଧିକ ଲାଭବାନ ହୋଇପାରିବ। ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ଶୋଷଣ କରୁଥିବା ଦେଶଗୁଡ଼ିକର ସମୟ ସମାପ୍ତ ହୋଇଛି ଓ ଆମେରିକାର ସମୟ ଆସିଛି ବୋଲି ସେ କହିଛନ୍ତି।