ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଗୋଟିଏ ପ୍ଲେଟ୍‌ ଖାଦ୍ୟର ମୂଲ୍ୟ କେତେ ? ‘ଡିନର ପଲିଟିକ୍ସ’କୁ ନେଇ ବିଶ୍ବ ଚକିତ

Published By : Tapas Panda | January 20, 2025 5:17 PM

Image Courtesy: palmbeachpost

ନୂଆଦିଲ୍ଲୀ: ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ତାଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇଥିବା ବେଳେ ବିଭିନ୍ନ ଦେଶରୁ ନିମନ୍ତ୍ରିତ ଅତିଥି ପହଞ୍ଚିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ । ଏହି ଅବସରରେ ଏକ ଦାମୀ ରାତ୍ର ଭୋଜନ(ଡିନର)ର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏହ ଡିନରକୁ ‘ଫଣ୍ଡରେଜିଂ ଡିନର’ ଭାବରେ ନାମିତ କରାଯାଇଛି । 

‘ଦି ଗାର୍ଡିୟାନ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫଣ୍ଡରେଜିଂ ଡିନର ଜରିଆରେ ଟଙ୍କା ହାସଲ କରିବାକୁ ୫ଟି ଶ୍ରେଣୀରେ ଟିକେଟ୍‌କୁ ଭାଗ କରାଯାଇଛି । ପ୍ରଥମ ଶ୍ରେଣୀର ଟିକେଟ୍‌ ଲାଗି ୧ ମଲିୟନ୍‌ ଡଲାର ବା ପ୍ରାୟ ୯ କୋଟି ଟଙ୍କା ରାଖା ଯାଇଛି । ଅନ୍ୟ ଟିକେଟ୍‌ର ମୂଲ୍ୟ ଯଥାକ୍ରମେ ୫ ଲକ୍ଷ ଡଲାର, ୨.୫୦ ଲକ୍ଷ ଡଲାର, ୧ ଲକ୍ଷ ଡଲାର ଏବଂ ୫୦,୦୦୦ ଡଲାର  ସ୍ଥିର କରାଯାଇଛି ।

ଇଏ ତ ଥିଲା ସାଧାରଣ ଦାତାଙ୍କ ପାଇଁ ଟିକେଟ୍‌ ମୂଲ୍ୟ । ଯଦି ବଡ଼ ଡୋନର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହ ବ୍ୟକ୍ତିଗତ ଡିନରରେ ସାମିଲ ହେବାକୁ ଇଚ୍ଛା କରନ୍ତି ତେବେ ସେମାନଙ୍କୁ ଆହୁରି ଅଧିକ ଅର୍ଥ ଦେବାକୁ ପଡ଼ିବ । ଏହି ପ୍ୟାକେଜ୍‌ରେ ଜେଡି ଭାନ୍ସଙ୍କ ସହିତ ରାତ୍ର ଭୋଜନ ଲାଗି ୨ଟି ଟିକେଟ୍‌ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାଣ୍ଡେଲ୍‌ ଲାଇଟ ଡିନର କରିବାକୁ ୬ଟି ଟିକେଟ୍‌ ମିଳିବ । ରିପୋର୍ଟ ଅନୁସାରେ, ସବୁଠାରୁ ଅଧିକ ‘୧ ମିଲିୟନ୍‌ ଡଲାରର ଟିକେଟ୍‌’ ବିକ୍ରି ହୋଇଛି । 

ଦାନ ଅର୍ଥ ଏକାଠି କରିବା ବା ଫଣ୍ଡରେଜିଂ ଜରିଆରେ ୨ ହଜାର କୋଟି ହାସଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୧୭୦୦ କୋଟି ଟଙ୍କା ମିଳିସାରିଛି । ସୂଚନାଯୋଗ୍ୟ, ୨୦୧୭ରେ ଟ୍ରମ୍ପଙ୍କ ସହ ରାତ୍ର ଭୋଜନ କାର୍ଯ୍ୟକ୍ରମ ପାଇଁ ୧୦୬ ମିଲିୟନ ଡଲାର ମିଳିଥିଲା । ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମରେ ୧୩୫ ମିଲିୟନ ଡଲାରର ଫଣ୍ଡ ମିଳିଥିଲା । କିନ୍ତୁ ଏଥର ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଖିବାକୁ ଏବଂ ତାଙ୍କ ସହ ଡିନର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେରିକୀୟଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିବା ଦେଖିବାକୁ ମିଳିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.