ନୂଆଦିଲ୍ଲୀ - ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାରେ ଥିବା ସମୟରେ ଆମେରିକା ଯାଆନ୍ତୁ ନାହିଁ। ବ୍ରିଟେନର ଜଣେ କରେନ ନ୍ୟୁଟନ ନାମ୍ନୀ ୬୫ ବର୍ଷୀୟା ମହିଳା କହିଛନ୍ତି। ସେ ICE ଦ୍ୱାରା ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ୪୫ ଦିନର ଅଟକର ଭୟଙ୍କର ଅନୁଭୂତିକୁ ସେୟାର କରିଛନ୍ତି। ଦି ଗାର୍ଡିଆନ ସହ ଏକ ସାକ୍ଷାତକାରରେ, ସେ ଚେତାବନୀ ଦେଇଛନ୍ତି ଯେ , ଟ୍ରମ୍ପଙ୍କ ସମୟରେ ଆମେରିକା ଯାତ୍ରା ବିପଜ୍ଜନକ ହୋଇ ଯାଇଛି। କୌଣସି ଉତ୍ତରଦାୟିତ୍ଵ ନାହିଁ, କୌଣସି ବୈଧ କାରଣ ଆବଶ୍ୟକ ନାହିଁ, କେବଳ ଅଟକ ରଖାଯାଉଛି। ସେ କହିଛନ୍ତି ଯେ ତାଙ୍କ ମାମଲା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କାରଣ ତାଙ୍କ ପାଖରେ ଏକ ବୈଧ ବ୍ରିଟିଶ ପାସପୋର୍ଟ ଏବଂ ପର୍ଯ୍ୟଟନ ଭିସା ଥିଲା। ତଥାପି, ତାଙ୍କ ସ୍ୱାମୀଙ୍କ ଭିସାର ମିଆଦ ଶେଷ ହୋଇଯାଇ ଥିଲା, ଏଥିପାଇଁ ତାଙ୍କୁ 'ତାଙ୍କ ସହିତ ରହିବା ପାଇଁ ଦୋଷୀ' ବୋଲି କରା ଯାଇଥିଲା।

୬୫ ବର୍ଷୀୟା କରେନ ଏବଂ ତାଙ୍କ ୬୭ବର୍ଷିୟ ସ୍ୱାମୀ ବିଲ୍, ଆମେରିକା ଯାତ୍ରା ଯୋଜନା କରିଥିଲେ। କ୍ୟାଲିଫର୍ଣ୍ଣିଆ , ନେଭାଡା, ୱାୟୋମିଂ ଏବଂ ମୋଣ୍ଟାନା ଭ୍ରମଣ କରି ଦୁଇ ମାସ ପରେ କାନାଡା ଯିବାର ଥିଲା। କରେନଙ୍କ ପାଖରେ ସମ୍ପୂର୍ଣ୍ଣ ଆଇନଗତ ପର୍ଯ୍ୟଟନ କାଗଜପତ୍ର ଥିଲା, କିନ୍ତୁ ବିଲ୍‌ଙ୍କ ଭିସା ଓଭରଷ୍ଟେ ହୋଇ ଯାଇ ଥିଲା। ସେମାନଙ୍କୁ ସୀମାରେ ଏକାଠି ଅଟକ ରଖାଯାଇ ଥିଲା। ସେମାନଙ୍କୁ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଘଣ୍ଟା ପାଇଁ ଏକ କାର୍ଯ୍ୟାଳୟରେ ରଖାଯାଇ ଥିଲା। କରେନଙ୍କୁ କୁହାଯାଇଥିଲା ଯେ ସେମାନେ "ଏକାଠି ରହିବା ଦ୍ୱାରା ଦୋଷୀ"। ସେ ନିଜର ବୈଧ ବି-୨ ପର୍ଯ୍ୟଟକ ଭିସାର ସର୍ତ୍ତ ଭାଙ୍ଗିଛନ୍ତି , କାରଣ ସେ ତାଙ୍କ ସ୍ୱାମୀଙ୍କ ଜିନିଷପତ୍ର ପ୍ୟାକ୍ କରିବାରେ ସାହାଯ୍ୟ କରି ଥିଲେ। 

ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା : ପୂର୍ବତନ ସିଆଇଏ (CIA) ଅଧିକାରୀଙ୍କ ବଡ଼ ଦାବି

କରେନ କହିଥିଲେ ଯେ ,ତାଙ୍କୁ ଅଟକ ରଖିବାର କୌଣସି କାରଣ ହିଁ ନଥିଲା। ବିଲ୍ ଜଣେ ବୟସ୍କ , ମୁଁ ତାଙ୍କ ପାଇଁ କାହିଁକି ଦାୟୀ ହେବି ? ସେ କହିଥିଲେ ଯେ, ଆମେରିକାର ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ହାତକଡ଼ି ଏବଂ ଶିକୁଳି ପିନ୍ଧାଇ ଥିଲେ। ତାଙ୍କୁ ସାରା ରାତି ଏକ ସୁରକ୍ଷିତ ଅଟକ କୋଠରୀର ଚଟାଣରେ ଶୋଇବାକୁ ପଡିଲା, ତା ପରେ ୧୨ ଘଣ୍ଟାର ଯାତ୍ରା କରି ଟାକୋମାରେ ଉତ୍ତର-ପଶ୍ଚିମ ICE ପ୍ରୋସେସିଂ ସେଣ୍ଟର ନିଆ ଯାଇ ଥିଲା।