ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦୂରଦର୍ଶନ ଓଡ଼ିଆ ସମାଚାରର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କ ପରଲୋକ

Published By : Suraj Kumar | April 23, 2025 7:16 PM

ଭୁବନେଶ୍ବର,୨୩।୪ :  ଦୂରଦର୍ଶନ ଓଡିଆ ସମାଚାର ବିଭାଗର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ।  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୂରଦର୍ଶନ, ଆକାଶବାଣୀ, କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ ଆଦିରେ ଉଚ୍ଚ ପଦବୀରେ କାର୍ଯ୍ୟ କରି  ସେ ୨୦୧୦ ମସିହାରେ ଅବସର ନେଇଥିଲେ। 

 ସ୍ବର୍ଗତଃ ଶ୍ରୀନିବାସ ମିଶ୍ର ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମୁନିକେସନ୍ ରୁ ଉପାଧିତ୍ୟୁର ଡିଗ୍ରୀ ହାସଲ କରି ଥିଲେ । ଭାରତ ସରକାରଙ୍କ ରକ୍ଷା ବିଭାଗର ଇଂରାଜୀ ଭାଷାରେ ପ୍ରକାଶିତ ମୁଖପତ୍ର "ସୈନିକ ସମାଚାର" ର ଓଡ଼ିଆ ସଂସ୍କରଣ ତାଙ୍କ ସମ୍ପାଦନାରେ ପ୍ରଥମଥର  ପ୍ରକାଶିତ ହୋଇଥିଲା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନକେଶନ୍,  ଢେଙ୍କାନାଳ କଲେଜର ଅଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। 

ସେ ଜଣେ ଦକ୍ଷ କ୍ରୀଡ଼ାବିତ ଥିଲେ। ଛାତ୍ରାବସ୍ଥାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳର ସେ ସ୍ପୋର୍ଟ୍ସ ଚାମ୍ପିୟନ ଥିଲେ। ବିଗତ ବହୁ ବର୍ଷଧରି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅୟମରେ ଗରିବ ଛାତ୍ରମାନଙ୍କୁ ସେ ଫୁଟବଲ୍ ନିଃଶୁଳ୍କ ତାଲିମ୍ ଦେଇଆସୁଥିଲେ। ଗରିବ ଏବଂ ଅବହେଳିତ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ସେ ଭୁବନେଶ୍ୱର ର ନିଳାଦ୍ରୀ ବିହାରଠାରେ "ଇଶାନେଶ୍ୱର ବସ୍ତିଉନ୍ନୟନ ଟ୍ରଷ୍ଟ" ନାମରେ ଏକ ଆଶ୍ରମ ନିର୍ମାଣ କରିଛନ୍ତି।

 ସେ ମଧ୍ୟ ଜଣେ ସୁବକ୍ତା, ସୁଗାୟାକ, ଏବଂ ଚିତ୍ରଶିଳ୍ପୀ ଭାବେ ପରିଚିତ। ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସେ ସାନ ଭାଇ ଅଟନ୍ତି l ତାଙ୍କ ବିୟୋଗରେ ଭାରତୀୟ ସୂଚନା ସେବା'ର ଅଧିକାରୀ ଏବଂ ମନ୍ତ୍ରଣାଳୟ କର୍ମଚାରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.