ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହାତକୁ ଦୁଇହାତ ହେଲେ ଗୋଲ୍ଡେନ ବଏ ନୀରଜ ଚୋପ୍ରା, ହିମାନୀଙ୍କୁ କଲେ ଜୀବନସାଥୀ

Published By : Ankita S | January 20, 2025 8:32 AM

ନୂଆଦିଲ୍ଲୀ,୨୦/୧: ବିବାହ କରିଛନ୍ତି ସୁନା ପୁଅ । ହାତକୁ ଦୁଇ ହାତ ହୋଇଛନ୍ତି ଗୋଲ୍ଡନ ବଏ ନୀରଜ ଚୋପ୍ରା । ଭାରତୀୟ ଷ୍ଟାର ଆଥଲେଟିକ ତଥା ଦୁଇଟି ଅଲମ୍ପିକ୍ସ ପଦକ ଜିତିଥିବା ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଟେନିସ୍ ପ୍ଲେୟାର ହିମାନୀ ମୋରଙ୍କୁ ଜୀବନସାଥୀ କରିଛନ୍ତି ଜାଭେଲିନ ତାରକା ନୀରଜ । ସୋସିଆଲ ମିଡିଆ  ଆକାଉଣ୍ଟରେ ଫଟୋ ସେୟାର କରି ନୂଆ ଜୀବନ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ନୀରଜ ଚୋପ୍ରା ।

ବିବାହର ଫଟୋ ସେୟାର କରି ନୀରଜ ଲେଖିଛନ୍ତି, 'ପରିବାର ସଦସ୍ୟଙ୍କ ସହ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛି । ଆମ ଦୁହିଁଙ୍କ ଏକାଠୀ କରିଥିବା ପ୍ରତ୍ୟେକ ଆଶୀର୍ବାଦ ପାଇଁ କୃତଜ୍ଞ । ପ୍ରେମରେ ବାନ୍ଧି ହୋଇଛୁ ।' ନୀରଜଙ୍କର ଏହି ପୋଷ୍ଟ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା । ଶୁଭେଚ୍ଛାର ସୁଅ ଛୁଟିଥିଲା ।

କିଏ ହିମାନୀ ମୋର- ନୀରଜ ଚୋପ୍ରାଙ୍କ ପତ୍ନୀ ହିମାନୀ ମୋର ଜଣେ ଟେନିସ ଖେଳାଳୀ । ତାଙ୍କ ଘର ହରିୟାଣାର ଲାରସାଉଲି । ସେ ଆମେରିକାର ଲସ ଏଞ୍ଜେଲ୍ସସ୍ଥିତ ସାଉଥଇଷ୍ଟର୍ଣ୍ଣ ଲୁସିଆନା ବିଶ୍ବ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଛନ୍ତି । ଫ୍ରାଙ୍କନିସ୍ ପିୟର୍ସ ବିଶ୍ବ ବିଦ୍ୟାଳୟରେ ସହକରୀ ମହିଳା ଟେନିସ କୋଚ ଭାବେ କାର୍ଯ୍ୟ କରିଛନ୍ତି ।ଆଇଟା ମାନ୍ୟତା ତାଲିକାରେ ଶ୍ରେଷ୍ଠ ୩୦ଜଣଙ୍କ ମଧ୍ୟରେ ରହିଥିଲେ ହିମାନୀ । ୨୦୧୮ରେ ଆଇଟା ମାନ୍ୟତାରେ ସେ ସିଙ୍ଗଲ୍ସରେ ୪୨ତମ ଏବଂ ଡବଲ୍ସରେ ୨୭ତମ ସ୍ଥାନରେ ରହିଥିଲେ । ନୀରଜ ଓ ହିମାନୀଙ୍କ ବିବାହ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଦୁହେଁ ବିଦେଶ ଯାଇଛନ୍ତି । ଭାରତ ଫେରିବା ପରେ ବିବାହ ଭୋଜିର ଆୟୋଜନ ହେବ ବୋଲି ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କହିଛନ୍ତି ।

ଏହା ବି ପଢନ୍ତୁ...ହାତକୁ ଦୁଇ ହାତ ହେଲେ ବଲିଉଡ୍ ଗାୟକ ଦର୍ଶନ ରାୱଲ, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ



ନୀରଜଙ୍କ ବିବାହ ଖବର କାହାକୁ ଜଣା ନଥିଲା । ଦୁଇ ପରିବାର ମଧ୍ୟରେ ଖବର ଗୁପ୍ତ ରହିଥିଲା । ବିବାହ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ପରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ନବବିବାହିତ ଯୋଡିଙ୍କୁ ଶୁଭେଚ୍ଛା ଜଣାଇଥିଲେ ନୀରଜଙ୍କ ଫ୍ୟାନ୍ସ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.