ଭୁବନେଶ୍ୱର,୦୨/୦୧: ଆସନ୍ତା  ୩ ତାରିଖରେ ଓଡିଶାର ନୂଆ ରାଜ୍ୟପାଳ  ଭାବେ ଡ. ହରିବାବୁ କମ୍ଭମପତି ଶପଥ  ନେବେ । ଶପଥ ନେବା ପରେ ସେ  ଓଡ଼ିଶାର ୨୭ତମ ରାଜ୍ୟପାଳ ହେବେ । ଗୁରୁବାର ନୂଆ ରାଜ୍ୟପାଳ  ଡ. କମ୍ଭମପତି ଭୁବନେଶ୍ୱରରେ  ପହଞ୍ଚିବେ । ଏଥିସହ ପୁରୀ ଯାଇ  ଶ୍ରୀଜିଉଙ୍କ ଦର୍ଶନ କରିବେ । ତତ୍କାଳୀନ  ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେବା  ପରେ ଗତ ଡିସେମ୍ୱର ୨୭ ତାରିଖରେ  ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ  ଡ. କମ୍ଭମପତି । ଏହା ପୂର୍ବରୁ ସେ  ମିଜୋରାମର ରାଜ୍ୟପାଳ ଥିଲେ ।