ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତର ୮୦ ପ୍ରତିଶତ ଘର ଉପରେ ଚୀନ୍‌ର ନଜର, ଚିନ୍ତା ବଢ଼ାଇଲା ନୂଆ ସର୍ଭେ ରିପୋର୍ଟ

Published By : Tapas Panda | October 4, 2024 1:37 PM

ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନ୍‌ ଏବଂ ଇଲେକଟ୍ରୋନିକ୍ସ ମାର୍କେଟରେ ଚୀନ୍‌ର ଦବଦବା ରହିଛି । ବର୍ତ୍ତମାନ ଦେଶର ପ୍ରାୟ ସବୁ ଘରେ ‘ମେଡ୍‌ ଇନ ଚାଇନା’ ଉତ୍ପାଦ ମିଳିଯାଉଛି । ଫଳରେ ବିପଦ ମଧ୍ୟ ବଢ଼ିବାରେ ଲାଗିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ୍‌ରେ ମେଡ ଇନ ଇଣ୍ଡିଆ ପ୍ରଡକ୍ଟ ବ୍ୟବହାର କରିବା ଉପରେ ଜୋର ଦେଇଥିଲେ । ଏପରିକି ସୋସିଆଲ ମିଡିଆରେ ଅନେକ ସମୟରେ ବୟକଟ୍‌ ଚୀନ୍‌ ପ୍ରଡକ୍ଟ ଟ୍ରେଣ୍ଡ ଦେଖିବାକୁ ମିଳୁଛି । କିନ୍ତୁ ଏହାର ପ୍ରଭାବ ଭାରତୀୟଙ୍କ ଉପରେ ପ୍ରାୟ ପଡ଼ୁନାହିଁ । 

ଏବେ ‘ମେଡ୍‌ ଇନ ଚାଇନା’ ପ୍ରଡକ୍ଟକୁ ନେଇ ଏକ ସର୍ଭେ ଚିନ୍ତାର କାରଣ ପାଲଟିଛି । ଏହି ସର୍ଭେ ଅନୁସାରେ, ୭୯ ପ୍ରତିଶତ ଭାରତୀୟଙ୍କ ଘରେ ଗୋଟିଏ କିମ୍ବା ତାଠୁ ଅଧିକ ଚୀନ୍‌ ନିର୍ମିତ ଉତ୍ପାଦ ରହିଛି । ଏହା ଦ୍ବାରା ସେମାନଙ୍କ ଉପରେ ସର୍ଭିଲାନ୍ସର ବିପଦ ରହିଛି । ସେହିଭଳି ୩୭ ପ୍ରତିଶତ ଲୋକ ଏହି ଉତ୍ପାଦ ସହ ଜଡ଼ିତ ଆପ୍‌ର ବ୍ୟବହାର କରୁଛନ୍ତି । ଫଳରେ ଡାଟା ଚୋରିର ବିପଦ ମଧ୍ୟ ବଢ଼ିଛି । 

ସର୍ଭେରୁ ଜଣାପଡ଼ିଛି ଯେ, ୨୫ ପ୍ରତିଶତ ଘରେ ଗୋଟିଏ କିମ୍ବା ତାଠାରୁ ଅଧିକ ଚୀନ୍‌ ଗ୍ୟାଜେଟସ୍‌ ରହିଛି । ୫୪ ପ୍ରତିଶତ ଲୋକଙ୍କ ପାଖରେ ଚୀନ୍‌ ଡିଭାଇସ୍‌ ରହିଛି । ଏହା ସହ ଜଡ଼ିତ ଆପ୍‌ ମାଧ୍ୟମରେ ଲୋକମାନେ ନିଜର ଡାଟା ଚୀନ୍‌କୁ ଦେଉଛନ୍ତି । ସେପଟେ ଭାରତ ସରକାର ଆପଲ ଆପ୍‌ ଷ୍ଟୋର ଏବଂ ଗୁଗୁଲ ପ୍ଲେଷ୍ଟୋର ସହ ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରିବା ଦରକାର । ଯାହା ଦ୍ବାରା ଭାରତୀୟଙ୍କ ଡାଟା ଯେମିତି ଚୀନ୍‌ ଯାଇନପାରେ ବୋଲି ସର୍ଭେରେ କୁହାଯାଇଛି । 

 ସର୍ଭେ ରିପୋର୍ଟ ଅନୁସାରେ, ଲେବାନନରେ ପେଜର ବିସ୍ଫୋରଣ ପରେ ଭାରତ ସରକାର ଲୋକମାନଙ୍କୁ ସିସିଟିଭି, ସ୍ମାର୍ଟ ମିଟର, ଡ୍ରୋନ୍‌ ପାର୍ଟସ ଆଦି ବିଶ୍ବସନୀୟ ସଂସ୍ଥାରୁ କ୍ରୟ କରିବା ଲାଗି ଆଦେଶ ଜାରି କରିବା ଦରକାର । ଚଳିତବର୍ଷ ମାର୍ଚ୍ଚରେ ସରକାର ଦୁଇଟି ଗ୍ୟାଜେଟ୍‌ ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ ସର୍ଭିଲାନ୍ସ କ୍ୟାମେରା ‘ମେକ ଇନ ଇଣ୍ଡିଆ’ ଏବଂ ସିସିଟିଭି ପ୍ରମାଣପତ୍ର ଲାଗି କ୍ରାଇଟେରିଆ ସାମିଲ ଥିଲା ।  ଚୀନ୍‌ର କମ୍ପାନି ଗୁଡ଼ିକୁ ବାଦ ଦେବା ପାଇଁ ସରକାର ଯୋଜନା କରିଥିବା ମିଡିଆ ରିପୋର୍ଟରେ ଦାବି ହୋଇଥିଲା । 

ଏହା ପୂର୍ବରୁ ଗୁଇନ୍ଦା ସଫ୍ଟଓ୍ବାୟର ଥିବା ଯୋଗୁଁ ଚୀନ୍‌ର ଅନେକ ଆପ୍‌ ଏବଂ ଉତ୍ପାଦ ଉପରେ ରୋକ ଲଗାଇ ଦେଇଥିଲେ । ସେପଟେ ୨୦୨୩ରେ ଜଣାପଡ଼ିଥିଲା ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ଏଭଳି ୨ଟି ଚୀନ ଆପ୍‌ ରହିଛି ଯାହା ଭାରତୀୟଙ୍କ ଡାଟାକୁ ଚୀନ୍‌ସ୍ଥିତ ସର୍ଭରକୁ ପଠାଉଥିଲା । ପରେ ସରକାର ଏହି ଆପଗୁଡ଼ିକ ଉପରେ ବ୍ୟାନ ଲଗାଇଥିଲେ । ବିଶ୍ବର ଅନେକ ଦେଶ ଚୀନ୍‌ ନିର୍ମିତ କ୍ୟାମେରା ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.