ପ୍ରମୂଖ ଖବର
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଲିଭର୍‌ ଓ କିଡ୍‌ନୀକୁ ସଫା କରିବ ପାନୀୟ

Published By : Anindita Ratha | June 8, 2025 10:03 AM

ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ରହେ, ଯାହା ଲିଭର୍‌ ଓ କିଡ୍‌ନୀର କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଚାଲନ୍ତୁ ଜାଣିବା ଏମିତି କେତେକ ପାନୀୟ, ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ପ୍ରଦୂଷଣ ଓ ଜଙ୍କଫୁଡ୍‌ ଖାଇବା ଦ୍ୱାରା ଶରୀରରେ ବହୁ ମାତ୍ରାର ବିଷାକ୍ତ ପଦାର୍ଥ ଜମା ହୋଇ ରହିଥାଏ । ଶରୀରର ବିଷାକ୍ତ ପଦାର୍ଥକୁ ଫିଲଟରିଂ କରିବା କାମ କିଡନୀ ଓ ଲିଭର୍‌ର ହୋଇଥାଏ । କିନ୍ତୁ ମାତ୍ରାଧିକ ବିଷାକ୍ତ ପଦାର୍ଥ ଜମା ହେବା ଦ୍ୱାରା ଲିଭର୍‌ ଓ କିଡ୍‌ନୀ ଠିକ୍‌ ଭାବେ କାର୍ଯ୍ୟ କରିପାରି ନଥାନ୍ତି । ଏହାର ନକାରାତ୍ମକ ପ୍ରଭାବ ସାରା ଶରୀର ଉପରେ ପଡିଥାଏ । ଫଳରେ ବ୍ୟକ୍ତିକୁ ଥକାପଣ, ହଜମ ହେବାରେ ସମସ୍ୟା ଆଦିର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସମସ୍ୟାଠାରୁ ଦୂରେଇ ରହିବା ପାଇଁ କିଡ୍‌ନୀ ଓ ଲିଭର୍‌କୁ ଡିଟକ୍ସ କରିବା ଜରୁରି । ଚାଲନ୍ତୁ ଜାଣିବା ଏମିତି କେତେକ ପାନୀୟ ବିଷୟରେ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିଥାଏ । 

ଲେମ୍ବୁ ଓ ଅଦା ମିଶା ପାଣି

 ଲେମ୍ବୁ ଓ ଅଦା ପାଣି ଆଣ୍ଟି-ଅକ୍ସିଡାଣ୍ଟରେ ଭରା । ଏହା ଲିଭର୍‌ ଓ କିଡ୍‌ନୀର ପ୍ରଦାହକୁ କମ୍‌ କରିବା ସହ ଫ୍ରି ରେଡକଲ୍ସ ଡ୍ୟାମେଜରୁ ରକ୍ଷା କରିଥାଏ । ଏହାସହିତ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହି ପାନୀୟ ପିଇବା ଦ୍ୱାରା କିଡ୍‌ନୀ ଓ ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଏକ ଗ୍ଲାସ୍‌ ହାଲ୍‌କା ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ନିଅନ୍ତୁ । ଏଥିରେ ଅଧା ଇଞ୍ଚର ଅଦାକୁ କୋରି ପକାଇ ଦିଅନ୍ତୁ । ଏହି ମିଶ୍ରଣକୁ ସକାଳେ ଖାଲି ପେଟରେ ପିଇବା ଉଚିତ୍‌ । 

ହଳଦୀମିଶା ଦୁଗ୍ଧ 

ହଳଦୀରେ ଥିବା କର୍‌କ୍ୟୁମିନ୍‌ ପ୍ରଦାହକୁ କମ୍‌ କରିଥାଏ । ଏହାବ୍ୟତୀତ ହଳଦୀରେ ଆଣ୍ଟିମାଇକ୍ରୋବିୟଲ୍‌ ଗୁଣ ମଧ୍ୟ ରହିଥାଏ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । ହଳଦୀଯୁକ୍ତ ଦୁଗ୍ଧ କିଡ୍‌ନୀ ଓ ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସହାୟତା କରିଥାଏ । ଏକ ଗ୍ଲାସ୍‌ ଦୁଗ୍ଧରେ ଅଧା ଚାମଚ ହଳଦୀ ପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ । 

ବିଟ୍‌ ଓ ଗାଜର ଜୁସ ବିଟ୍‌

 ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଖୁବ୍‌ ସହାୟକ ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଗାଜରରେ ଥିବା ଫାଇବର ଉଭୟ ଲିଭର୍‌ ଓ କିଡ୍‌ନୀକୁ ଲାଭ ପହଞ୍ଚାଇଥାଏ । ତେଣୁ ବିଟ୍‌ ଓ ଗାଜରର ଜୁସ ବାହାର କରି ସେଥିରେ ସ୍ୱାଦାନୁସାରେ ଲେମ୍ବୁ ରସ ଓ ଗୋଲମରିଚ ଗୁଣ୍ଡ ପକାଇ ସକାଳେ ଖାଲି ପେଟରେ ପିଇପାରିବେ ।

 ଗ୍ରୀନ ଟି’ 

ଗ୍ରୀନ୍‌ ଟି’ରେ କ୍ୟାଟିଚିନ୍ସ ରହିଥାଏ, ଯାହା ଖୁବ୍‌ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟସ୍‌। ଏହା ଫ୍ରିରେଡିକଲ୍ସ ଡ୍ୟାମେଜ୍‌ରୁ ରକ୍ଷା କରିଥାଏ । ଏହାବ୍ୟତୀତ ଡାଇୟୁରେଟିକ୍‌ ରହିଥାଏ, ଯାହା ପରିସ୍ରା ଜରିଆରେ କିଡ୍‌ନୀରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ସେହିପରି ଗ୍ରୀନ୍‌ ଟି’ ମେଟାବଲିଜିମ୍‌ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏକ କପ୍‌ ଗରମ ପାଣିରେ ଗ୍ରୀନ୍‌ ଟି ବ୍ୟାଗ୍‌କୁ ୨-୩ ମିନିଟ୍‌ ଯାଏ ପକାଇ ରଖନ୍ତୁ । ଏବେ ଏହାକୁ ପିଇପାରିବେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.