ନୂଆଦିଲ୍ଲୀ : ଡ୍ରୋନ୍ ନିର୍ମାଣକାରୀ କମ୍ପାନୀ ଆଇଡିଆଫୋର୍ଜ ଟେକ୍ନୋଲୋଜି ଲିମିଟେଡ୍କୁ ଏକ ବଡ଼ ୱାର୍କ ଅର୍ଡର ମିଳିଛି। କମ୍ପାନୀକୁ ଏହି ଦୁଇଟି ବଡ଼ ଅର୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଡ୍ରୋନ୍ ନିର୍ମାଣ କରୁଥିବା ଏହି କମ୍ପାନୀର ସେୟାର ସୋମବାର ସେୟାର ବଜାରରେ ଫୋକସରେ ରହିବ।
୧୦୨ କୋଟି ଟଙ୍କାର ମିଳିଛି କାମ –
ଏକ୍ସଚେଞ୍ଜକୁ ଦେଇଥିବା ସୂଚନାରେ ଆଇଡିଆଫୋର୍ଜ ଟେକ୍ନୋଲଜି ଲିମିଟେଡ୍ ଏକ୍ସଚେଞ୍ଜକୁ କହିଛି ଯେ, ଦୁଇଟି ଅଲଗା ଅଲଗା ଅର୍ଡର ଡିଫେନ୍ସ ମିନିଷ୍ଟ୍ରୀରୁ ମିଳିଛି। କମ୍ପାନୀକୁ ଏକ ଅର୍ଡର ୭୫ କୋଟି ଟଙ୍କାର ମିଳିଛି।
୧-ଗୋଟିଏ ଅର୍ଡର ୭୫ କୋଟି ଟଙ୍କା। କମ୍ପାନୀକୁ ଏହି ଅର୍ଡର ଅନୁସାରେ ଏଏଫଡିଏସ୍/ ଟେକ୍ଟିକାଲ କ୍ଲାସ୍ ୟୁଏଭିଏସ୍ ସହ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇବାକୁ ପଡ଼ିବ। ଅର୍ଡରର ମୂଲ୍ୟ ୭୫ କୋଟି ଟଙ୍କା। କମ୍ପାନୀକୁ ୧୨ମାସରେ ଆର୍ଡର ପୂରା କରିବାକୁ ଅଛି।
୨- ଦ୍ୱିତୀୟ ୱାର୍କ ଅର୍ଡରର ମୂଲ୍ୟ ୩୨ କୋଟି ଟଙ୍କା। ଏହି ୱାର୍କ ଅର୍ଡର ଅନୁସାରେ ହାଇବ୍ରିଡ୍ ୟୁଏଭିଏସ୍ ଆକ୍ସେସରିଜର ସପ୍ଲାଇ କରିବାକୁ ହେବ। ଏହି ଅର୍ଡର ମଧ୍ୟ କମ୍ପାନୀ ଡିଫେନ୍ସ ମିନିଷ୍ଟ୍ରୀରୁ ମିଳିଛି। କମ୍ପାନୀକୁ ଏହା ଦ୍ୱିତୀୟ ୱାର୍କ ଅର୍ଡରର ମୂଲ୍ୟ ୩୨ କୋଟି ଟଙ୍କାର।
କମ୍ପାନୀର ନେଟ୍ ପ୍ରଫିଟ୍ରେ ୪୧ପ୍ରତିଶତ ବୃଦ୍ଧି :
ଏକ୍ସଚେଞ୍ଜକୁ ଦିଆଯାଇ ଥିବା ସୂଚନାରେ ଆଇଡିଆଫୋର୍ଜ ଟେକ୍ନୋଲଜି ଲିମିଟେଡ୍ କହିଛି ଯେ, ତାଙ୍କର ନେଟ୍ ପ୍ରଫିଟ୍ ବାର୍ଷିକ ଆଧାରରେ ୪୧.୩୦ ପ୍ରତିଶତ ବଢିଛି। ସେପ୍ଟେମ୍ୱର ତ୍ରୟ ମାସିକରେ ଡ୍ରୋନ୍ ନିର୍ମାତାଙ୍କ ଷ୍ଟକ୍ ୧୯.୫୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ତ୍ରୟ ମାସିକରେ ୧୩୮ନିୟୁତ ନେଟ୍ ଲାଭ ଥିଲା।
ଜୁଲାଇରୁ ସେପ୍ଟେମ୍ୱର ତ୍ରୟମାସିକ ବେଳେ କମ୍ପାନୀର ରେଭନ୍ୟୁ ୪୦.୮୦ କୋଟି ଟଙ୍କା ରହି ଥିଲା। ବାର୍ଷିକ ଆଧାରରେ କମ୍ପାନୀର ରେଭନ୍ୟୁରେ ୧୦ପ୍ରତିଶତର ବୃଦ୍ଧି ହୋଇଛି।