ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ

Published By : Harapriya Sethi | January 15, 2025 7:33 AM

ଭୁବନେଶ୍ୱର,୧୫/୦୧: ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ୪ କୋଟିର ଦାମୀ ନିଶାଦ୍ରବ୍ୟ । ଖାଦ୍ୟ ପୁଡ଼ିଆ ଭିତରେ ବ୍ୟାଙ୍କକ୍‌ରୁ ଆସୁଥିଲା ନିଶାଦ୍ରବ୍ୟ । ଏୟାରପୋର୍ଟରୁ ଧରିଲା କଷ୍ଟମ ବିଭାଗ ଓ ଡ଼ିଆରଆଇ । ନିଶାଦ୍ରବ୍ୟ ଚୋରା କାରବାରରେ ଜଣେ ଭାରତୀୟ ନାଗରିକକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ କେରଳର ବାସିନ୍ଦା ଖାଦ୍ୟ ପୁଡ଼ିଆ ଭିତରେ ନିଶାଦ୍ରବ୍ୟ ପୁରାଇ ବ୍ୟାଙ୍କକ୍‌ରୁ ଆଣୁଥିଲେ । ବ୍ୟକ୍ତି ଜଣକ କମିଶନ ନେଇ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏବିଷୟରେ କଷ୍ଟମ ବିଭାଗ ଓ ଡ଼ିଆରଆଇ ଖବର ପାଇଥିଲା । ଖବର ପାଇ ଭୁବନେଶ୍ୱର ଏୟାରପୋର୍ଟରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମସ୍ତ ନିଶାଦ୍ରବ୍ୟ ଜବତ କରିଛି କଷ୍ଟମ ବିଭାଗ ଓ ଡ଼ିଆରଆଇ । ଏନେଇ ଡ଼ିଆରଆଇ ସୂଚନା ଦେଇଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.