ନିମବାହାଳି,୦୨/୦୯: ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ବଜାରରେ ଥିବା ଏକ ଛୋଟ ଜଳ ନିଷ୍କାସନ ଦ୍ୱାରରେ ଜମି ରହିଛି ଆବର୍ଜନା । ଫଳରେ ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ୧୫ଟି ଦୋକାନ ଘରେ ଗୋଳିଆ ବର୍ଷା ପାଣିପଶି ଜମି ରହିଛି। ଏନେଇ ଦୋକାନ ଘର ଭିତରେ ଜଳମଗ୍ନ ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଛି ।
ତେବେ ଏକ ଛୋଟିଆ କଲଭଟ ଦେଇ କଣ୍ଟାବଣିଆ ବଜାର ଠାରୁ ବାବା ନଗେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପାଣି ଯାଇଥାଏ । ହେଲେ କଲଭଟ ମୁହଁରେ କିଛି ଅସାଧୁ ଦୋକାନୀ ନିଜ ନିଜର ଆବର୍ଜନାକୁ ଆଣି ଗଦାଇ ଦେଇଛନ୍ତି। ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଜମି ରହିଛି। ଏଥିସହିତ ୧୫ଟି ଦୋକାନ ଘର ଭିତରେ ବର୍ଷା ମିଶ୍ରିତ ମଇଳା ପାଣି ପଶିଯାଇଛି। ଯାହାକୁ ନେଇ ନେଇ ସାଧାରଣ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।