ଗୋପାଳପୁର ୫/୭: ମୋନାର୍କ ଛକରେ ଥିବା ଅସ୍ଥାୟୀ ମାଉସୀ ମା’ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛିା । ନିତିକାନ୍ତି ଭାବେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ବିନୋଦ ଚନ୍ଦ୍ର ରଥ ଛେରାପହଁରା କରିବା ପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଇ ରଥ ସିଂହାସନକୁ ନିଆ ଯାଇଥିଲା। ପରେ ଆଖପାଖ ଅଞ୍ଚଳର ବହୁ ଭକ୍ତ, ଘଣ୍ଟଥଳ, ଶଙ୍ଖ ଧ୍ୱନି, ହୁଳହୁଳି ଦେଇ ରଥ ଟାଣିଥିଲେ।
ମାଉସୀ ମା’ ଭାବେ କଳ୍ପନା ମିଶ୍ର ଓ ଭକ୍ତ ମୋହନ ମିଶ୍ରଙ୍କ ହାତ ତିଆରି ସୁଆଦିଆ ପୋଡପିଠା ପ୍ରଭୁ ଜଗନ୍ନାଥଙ୍କୁ ଭୋଗ ଅର୍ପଣ କରିଥିଲେ। ପୁରୋହିତ ଭାବେ ପୁରୋହିତ ରାଧାକୃଷ୍ଣ ଶତପଥୀ, ସୁରେନ୍ଦ୍ର ଦାଶ ଓ ଭେଙ୍କେଟେଶ୍ଵର ଭୁକ୍ତା ପୂଜାର୍ଚ୍ଚନା କରିଥିଲେ।