ନୂଆଦିଲ୍ଲୀ,୧୫।୬: ପେଟ୍ରୋଲ ମୂଲ୍ୟ ବୃଦ୍ଧି ଯୋଗୁଁ ପକେଟ ଉପରେ ପଡ଼ିଥିବା ବୋଝକୁ କମ କରିବା ପାଇଁ, ଲୋକମାନେ E85 ଇଥାନଲ୍ ଇନ୍ଧନ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି। ଏହା ଶସ୍ତା, ସ୍ୱଦେଶୀ ଏବଂ ପରିବେଶ ଅନୁକୂଳ ବୋଲି କହିଛନ୍ତି ସରକାର। ଲୋକେ ବି ଧୀରେ ଧୀରେ ବିଶ୍ୱାସ କରି ଏହାକୁ ଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଇଥାନଲ୍ ଫୁଏଲକୁ ନେଇ ଏକ ନୂତନ ବିତର୍କ ଆରମ୍ଭ କରିଛି। ଭିଡିଓଟି ଦେଖି ଲୋକମାନେ ହସୁଛନ୍ତି ଏବଂ ଭାବୁଛନ୍ତି ଯେ ଏହା ଇନ୍ଧନ ନା ଆଖୁ ରସ ?

E85 ଫୁଏଲ୍ କିପରି ହୁଏ ?

E85 ଏକ ମିଶ୍ରିତ ଇନ୍ଧନ, ଯେଉଁଥିରେ ୮୫% ଇଥାନଲ୍ ଓ ୧୫% ପେଟ୍ରୋଲ ରହିଥାଏ। ଇଥାନଲ୍ ମୁଖ୍ୟ ରୂପରେ ଆଖୁ ମକ୍କା ଓ ଅନ୍ୟ କୃଷିଜାତ ଉତ୍ପାଦରେ ତିଆରି ହୁଏ। ଏହି କାରଣରୁ ଏଥିରେ ହାଲକା ମିଠା ଭଳି ଗୁଣ ରହିଥାଏ। ଏହି ପେଟ୍ରୋଲ ତୁଳନାରେ ଶସ୍ତା ପଡିଥାଏ ଓ ପ୍ରଦୂଷଣ ମଧ୍ୟ କମ୍ କରିଥାଏ। ତେଣୁ ଭାରତ ସରକାର ଇଥାନଲ୍ ବ୍ଲେଣ୍ଡିଂକୁ ବଢାଇବାର ନୀତି ଗ୍ରହଣ କରିଛନ୍ତି। ତେବେ E85 ପ୍ରତି ଗାଡିରେ ଚାଲିନଥାଏ। ଏଥିପାଇଁ ଫ୍ଲେକ୍ସ ଫୁଏଲ୍ ଗାଡିର ଆବଶ୍ୟକତା ହୁଏ, ଯାହାକୁ ବିଶେଷ ଭାବରେ ଏଭଳି ଇନ୍ଧନରେ ଚାଲିବା ପାଇଁ ତିଆରି କରାଯାଇଛି। ଟୋୟଟା, ସୁଜୁକି ଓ କିଛି ଅନ୍ୟ କମ୍ପାନୀ ଭାରତରେ ଏଭଳି ଗାଡି ଲଞ୍ଚ କରିଛନ୍ତି। କିନ୍ତୁ ଏହି ଭିଡିଓ ଭାଇରାଲ ପରେ ସମସ୍ତଙ୍କ ଚିନ୍ତାଧାରା ବଦଳିଯିବ।

ଭିଡିଓରେ ଦେଖି ପାରିବେ ଜଣେ ବ୍ୟକ୍ତି E85 ଇଥାନଲ୍ ଭର୍ତ୍ତି କରିବା ପାଇଁ ପେଟ୍ରୋଲ ପମ୍ପରେ ପହଁଞ୍ଚନ୍ତି। ସେତେବେେ ତାଙ୍କ କାରର ଟାଙ୍କି ଖୋଲିଲେ, ସେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦେଖିଲେ ହଜାର ହଜାର ସଂଖ୍ୟାରେ ପିମ୍ପୁଡ଼ିଙ୍କ ତାଙ୍କ ଟାଙ୍କିକୁ ଘେରି ରହିଛି, ଯେପରି ସେମାନେ କାରକୁ ନିଜର ଘର କରିନେଇଛନ୍ତି। ଛୋଟ ପିମ୍ପୁଡ଼ି ଗୁହିକ ତାଙ୍କ ଟାଙ୍କି ମୁହଁରେ ଲାଗି ରହିଥିଲେ। ଯେପରି କୌଣସି ମିଠାକୁ ଖାଇବାକୁ ଚାରିଆଡେ ପିମ୍ପୁଡି ଲାଗି ଯାଆନ୍ତି। ସବୁଠାରୁ ବଡ଼ କଥା ହେଲା ପିମ୍ପୁଡିମାନେ ମିଠା ଭଳ ପାଆନ୍ତି। ଇଥାନଲ୍ ମଧ୍ୟ ଆଖୁ ଭଳି ମିଠା ଫସଲରୁ ତିଆରି ହୁଏ। ଅର୍ଥାତ ଫୁଏଲ୍ ଟାଙ୍କି ପିମ୍ପୁଡିଙ୍କ ପାଇଁ କୌଣସି ଆଖୁ ବିଲଠାରୁ କମ୍ ନୁହେଁ। ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହା ଉପରେ ନିଜର ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି।

କାର ଟାଙ୍କିରେ ପିମ୍ପୁଡି

ଏହି ଭାଇରାଲ ଭିଡିଓ ଉପରେ ଲୋକଙ୍କ କମେଣ୍ଟ ଇଣ୍ଟରନେଟରେ ଏକ ମଜାଦାର ସ୍ଥିତି ସୃଷ୍ଟି କରିଛି। ଜଣେ ୟୁଜ ଲେଖିଛନ୍ତି, ‘ କଳ୍ପନା କରନ୍ତୁ ଏହି ମିଠା ରସ ଦ୍ବାରା ଇଞ୍ଜିନର କଣ ହେବ!‘ ଅର୍ଥାତ୍, ଯଦି ଇଞ୍ଜିନରେ ମିଠା ଇଥାନଲ୍ ଜମାଟ ବାନ୍ଧିବାକୁ ଲାଗେ, ତେବେ କେବଳ ଭଗବାନ ହିଁ କାରକୁ ରକ୍ଷା କରିପାରିବେ। ଅନ୍ୟ ଜଣେ ୟୁଜର କଟାକ୍ଷ କରି ଲେଖିଛନ୍ତି, ମୁଁ ଭାବୁଛି ସେମାନେ ଆଖୁ ରସ ଯାହା ବାକି ଅଛି ତାହା ଖାଇବାକୁ ଆସିଛନ୍ତି।’ ସବୁଠାରୁ ମଜାଦାର କମେଣ୍ଟ ସେତେବେଳେ ଆସିଥିଲା ଯେତେବେଳେ ଜଣେ ଲେଖିଥିଲେ, ‘ଯଦି ଟାଙ୍କି ଫୁଲ୍ କରି ରଖିଦେବା ତେବେ,ସକାଳ ପର୍ଯ୍ୟନ୍ତ ପିମ୍ପୁଡିମାନେ ସକାଳ ସୁଦ୍ଧା ୮୫% ପିଇଯିବେ। କେବଳ ମାତ୍ର ୧୫% ପେଟ୍ରୋଲ ବାକି ରହିବ।’ ଲୋକେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ଯେ, କ’ଣ ଇଥାନଲ୍ ଫୁଏଲ ମିଠା ହୋଇଥିବା ଯୋଗୁଁ ଏହା ଏକ ବଡ ସମସ୍ୟା ହୋଇପାରେ କି ? ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟ୍ରେ ଯୋରଦାର ଭାଇରାଲ ହେବାରେ ଲାଗିଛି।

ଆହୁରି ପଢନ୍ତୁ :ଆମେରିକା-ଇରାନ ମଧ୍ୟରେ ଚୁକ୍ତି ନେଇ ଘୋଷଣା, ଏପଟେ ଭାରତ ସରକାର ଏଲପିଜି ଏବଂ ପେଟ୍ରୋଲକୁ ନେଇ ଦେଲେ ବଡ଼ ବୟାନ