ନୂଆଦିଲ୍ଲୀ,୧୫/୦୬: ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଏକ ଟ୍ରାଇ-ସିରିଜ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆକୁ ୧୦ ରନ୍ ପେନାଲ୍ଟି ଦିଆଯାଇଥିଲା, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଶଂସକ। ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି, ବିପ୍ରଜ ନିମଗ ଶୀଘ୍ର ୱିକେଟ୍ ହରାଇବା ପରେ ତାଙ୍କ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ। ଏହି ସମୟରେ, ବିପ୍ରଜ ଏକ ଭୁଲ କରିଥିଲେ ଯାହା ଶ୍ରୀଲଙ୍କାକୁ ମାଗଣାରେ ୧୦ ରନ୍ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ବିପ୍ରଜ ଥରେ ନୁହେଁ, ବରଂ ଦୁଇଥର ଭୁଲ କରିଥିଲେ।
ଅଧିକ ପଢ଼ନ୍ତୁ: T 20 World Cup 2026; ବିଶ୍ୱକପରେ ଭାରତର ବିଜୟ ଅଭିଯାନ, ଟସ୍ ପଡିବାଠୁ ନେଇ ମ୍ୟାଚ୍ ଜିତିବା ଯାଏ ଫଟୋରେ ଦେଖନ୍ତୁ ଝଲକ...
ବିପ୍ରଜ ନିଗମଙ୍କ ଭୁଲ୍, କ'ଣ ରହିଛି ଆଇସିସି ନିୟମ:
ଆଇସିସି ନିୟମ ଅନୁଯାୟୀ, ଯଦି ଜଣେ ବ୍ୟାଟର ରନ୍ କରିବାକୁ ଚେଷ୍ଟା କରିବା ସମୟରେ ପିଚ୍ର " ପ୍ରୋଟେକ୍ଟେଡ୍ ଏରିଆ' ଅର୍ଥାତ୍ ସୁରକ୍ଷିତ ଅଞ୍ଚଳ ବା ପିଚ୍ ରେ ଦୌଡ଼ନ୍ତି, ତେବେ ଅମ୍ପାୟାର ପ୍ରଥମ ଥର ପାଇଁ ଚେତାବନୀ ଦିଅନ୍ତି ଏବଂ ଦ୍ୱିତୀୟ ଥର ଭୁଲ୍ ପାଇଁ ପେନାଲ୍ଟି ସ୍ବରୁପ ଦ୍ବିତୀୟ ଦଳକୁ ପାଞ୍ଚ ରନ୍ ଦିଆଯାଏ। ଭାରତ ଏ ବ୍ୟାଟର ଅନୁକୁଲ ରୟଙ୍କୁ "ପ୍ରୋଟେକ୍ଟେଡ୍ ଏରିଆ" ଭିତରେ ଦୌଡ଼ିବା ପାଇଁ ଅମ୍ପାୟାର ପୂର୍ବରୁ ଚେତାବନୀ ଦେଇଥିଲେ।
୩୫ତମ ଓଭରରେ, ବିପ୍ରାଜ ଭୁଲକୁ ଦୋହରାଇଲେ। ବିପ୍ରଜ ଯେତେବେଳେ ପ୍ରୋଟେକ୍ଟେଡ୍ ଏରିଆ ଭିତରେ ଦୌଡ଼ିଲେ ଅମ୍ପାୟାର ତୁରନ୍ତ ପେନାଲ୍ଡି ଭାବେ ଶ୍ରୀଲଙ୍କା ଏ ଦଳକୁ ପାଞ୍ଚ ରନ ଦେଇଥିଲେ। ଦୁଇ ଓଭର ପରେ, ବିପ୍ରଜ ପୁନର୍ବାର ଏହି ଭୁଲକୁ ଦୋହରାଇଥିଲେ। ୩୭ତମ ଓଭରରେ, ବିପ୍ରଜ ପୁଣି ଥରେ ପିଚ୍ର ସଂରକ୍ଷିତ କ୍ଷେତ୍ରରେ ପ୍ରବେଶ କଲେ, ଏବଂ ଅମ୍ପାୟାର ପୁଣି ଥରେ ଶ୍ରୀଲଙ୍କା ଏ ଦଳକୁ ଆଉ ପାଞ୍ଚ ରନ ଦେଇଥିଲେ।
ଆହୁରି ପଢ଼ନ୍ତୁ: IND VS PAK: ପାକିସ୍ତାନ ଆଁ କରି ଚାହିଁକି ରହିଗଲା...ଏହି ବଡ଼ ଟର୍ଣ୍ଣିଂ ପଏଣ୍ଟ ଭାରତକୁ ୬୪ ରନ୍ରେ ଜିତାଇଲେ
ବିନା ବ୍ୟାଟିଂରେ ଶ୍ରୀଲଙ୍କା ଦଳକୁ ମିଳିଲେ ୧୦ ରନ୍:
ତେଣୁ, ଯେତେବେଳେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲା, ସେତେବେଳେ ସେମାନଙ୍କ ଖାତାରେ ବ୍ୟାଟିଂ କରିବା ପୂର୍ବରୁ ୧୦ ରନ ଯୋଡ଼ି ହୋଇଥିଲା। ଶ୍ରୀଲଙ୍କା ରନ-ଚେଜ୍ କରି ପ୍ରଥମ ଓଭରରେ ୪ ରନ କରିଥିଲା ସତ କିନ୍ତୁ ସ୍କୋରବୋର୍ଡରେ ୧୪ ରନ ଦେଖାଯାଇଥିଲା। ବାକି ୧୦ ରନ ଭାରତର ପେନାଲ୍ଡି ପାଇଁ ଶ୍ରୀଲଙ୍କାକୁ ମିଳିଥିଲା। ତେଣୁ, ଭାରତୀୟ ବ୍ୟାଟରଙ୍କ ଭୁଲ ସିଧାସଳଖ ଶ୍ରୀଲଙ୍କାକୁ ଲାଭ ଦେଇଥିଲା। ଯାହାକୁ ନେଇ ଅଶନ୍ତୋଷ ପ୍ରକାଶ କରିଥିଲେ ଭାରତୀୟ ପ୍ରଶଂସକ।
ପ୍ରମେୟ ପୃଷ୍ଠାର ପ୍ରମୁଖ: FIFA World Cup 2026: ବ୍ରାଜିଲର ଅସ୍ଥିର ଆରମ୍ଭ, ମରକ୍କୋ ସହ ଭାଗ କଲା ପଏଣ୍ଟ