ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ଭାରତୀୟ କ୍ରିକେଟର ପ୍ରେମୀଙ୍କ ପାଇଁ ଏକ ଉତ୍ସାହର ଦିନ ହେବାକୁ ଯାଉଛି । ଏହି ଗୋଟିଏ ଦିନରେ ଭାରତ ଖେଳିବ ଦୁଇଟି ମ୍ୟାଚ୍ । ତାହା ପୁଣି ଗୋଟିଏ ଦଳ ବିପକ୍ଷରେ । ଆଫଗାନିସ୍ତାନ ବିପକ୍ଷରେ ହିଁ ଏହି ଗୋଟିଏ ଦିନରେ ଦୁଇଟି ମ୍ୟାଚ ଖେଳିବ ।

ଭାରତ-ଏ ଏବେ ଶ୍ରୀଲଙ୍କାରେ ତ୍ରିରାଷ୍ଟ୍ରୀ ସିରିଜ ଖେଳୁଛି । ଶ୍ରୀଲଙ୍କା-ଆଫଗାନିସ୍ତାନ ସହ ଚାଲିଛି ମ୍ୟାଚ୍ । ତେବେ ୧୭ ତାରିଖରେ ଭାରତ-ଏ ଆଫଗାନିସ୍ତାନ ଏ’କୁ ଭେଟିବ । ଏହି ମ୍ୟାଚଟି ଦିନ ୧୦ଟା ସମୟରେ ଆରମ୍ଭ ହେବାକୁ ଯାଉଛି । ଯାହାକି ଭାରତୀୟ ଯୁବ କ୍ରିକେଟରମାନେ କ୍ରୀଡ଼ାପ୍ରେମୀଙ୍କ ମନୋରଞ୍ଜନ କରିବେ । ତଥାପି ଆଇପିଏଲରେ କମାଲ କରିଥିବା ବହୁ ଯୁବ ପ୍ରତିଭା ଏହି ଟିମର ସଦସ୍ୟ ରହିଛନ୍ତି ।

ସେପଟେ ସମାନ ଦିନ ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୟ ମ୍ୟାଚ ଖେଳିବ । ଲକ୍ଷ୍ନୌର ଅଟଳ ବିହାରୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଦିନ ସଢ଼େ ଗୋଟେରେ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ବର୍ଷା ପାଇଁ ୨୫ ଓଭର ବିଶିଷ୍ଟ ମୁକାବିଲା ଖେଳାଯାଇଥିବାବେଳେ ଭାରତ ୭ ଓ୍ବିକେଟରେ ଜିତି ନେଇଥିଲା । ଏବେ ଦ୍ବିତୀୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଏହାସହ ଏହି ଦିନ ଭାରତୀୟ ମହିଳା ଦଳର ମ୍ୟାଚ ମଧ୍ୟ ରହିଛି । ମହିଳା ଟି-୨୦ ବିଶ୍ବକପ ଇଂଲଣ୍ଡରେ ଖେଳାଯାଉଥିବାବେଳେ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଛି । ୧୭ ତାରିଖରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମ୍ୟାଚ ଖେଳିବ ଭାରତୀୟ ମହିଳା ଦଳ । ଗୋଟିଏ ଦିନରେ ଭାରତୀୟ ପ୍ରଶଂସକାମାନେ ତିନିଟି ମ୍ୟାଚ ଦେଖିବାକୁ ପାଇବେ ।

ଏହାସହ ପଢ଼ନ୍ତୁ : Dishani Chakraborty Engagement: ସରିଲା ନିର୍ବନ୍ଧ, ପଡ଼ିବ ହାତଗଣ୍ଠି: କିଏ ହେବେ ଡିସ୍କୋ ଡ୍ୟାନ୍ସରଙ୍କ ଜ୍ବାଇଁ ?