ନୂଆଦିଲ୍ଲୀ,୧୫/୦୬; ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬୪ରନରେ ହରାଇଛି ଟିମ୍ ହରମନ । ଟସ୍ ପଡିବା ପରେ ଦୁଇ ଦଳର ଅଧିନାୟକ ହାତ ମିଳାଇନଥିଲେ । ମ୍ୟାଚ ପରେ ବି ଦୁଇ ଦଳର ଖେଳାଳି ହ୍ୟାଣ୍ଡସେକ୍ କରିନଥିଲେ । ପୁରୁଷ ଏସିଆ କପରୁ ଆରମ୍ଭ ହୋଇଥିବା ଏହି ନୋ-ହ୍ୟାଣ୍ଡସେକ୍ ପରମ୍ପରା ଜାରି ରହିଥିଲା । ନୋ-ହ୍ୟାଣ୍ଡସେକ୍ ବିବାଦକୁ ନେଇ ପାକିସ୍ତାନ କୋଚଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯଦି ଏମିତି ଚାଲେ ତେବେ ଆଗକୁ ବଢୁ ।

ଭାରତ ଏବଂ ପାକିସ୍ତାନ ମଧ୍ୟ ରାଜନୈତିକ ଉତ୍ତେଜନା ମଧ୍ୟରେ କ୍ରିକେଟ ମୈଦାନରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ଏସିଆ କପ ୨୦୨୫ରେ ଆରମ୍ଭ ହୋଇଥିବା ନୋ-ହ୍ୟାଣ୍ଡସେକ ପିଲିସ୍ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ବି ଜାରି ରହିଛି । ଟସରେ ଭାରତର ଅଧିନାୟିକା ହରମନପ୍ରୀତ କୌର ଏବଂ ପାକିସ୍ତାନ କ୍ୟାପ୍ଟେନ ଫାତିମା ସନା ପରସ୍ପର ସହ ହାତ ମିଳାଇନଥିଲେ । ଖାଲି ସେତିକି ନୁହେଁ, ମ୍ୟାଚ ପରେ ବି ଦୁଇ ଦଳର ଖେଳାଳି ପାରମ୍ପରିକ ହ୍ୟାଣ୍ଡସେକକୁ ଏଡାଇଥିଲେ । 

କଣ କହିଲେ ପାକିସ୍ତାନ କୋଚ୍ ? ମ୍ୟାଚ୍ ପରେ ପାକିସ୍ତାନ ହେଡ୍ କୋଚ୍ ୱାହନ ରିୟାନଙ୍କୁ ଏ ବାବଦରେ ପ୍ରଶ୍ନ ପଚରାଯାଇଥିଲା । ସେ ସ୍ପଷ୍ଟ ଭାବେ କହିଥିଲେ, କାରଣ ଜାଣିନାହିଁ, ହେଲେ ଏହାଦ୍ୱାରା କିଛି ଫରକ ପଡିବ ନାହିଁ । ମୁଁ ବହୁତ ପୂର୍ବରୁ କ୍ରିକେଟ ଛାଡି ସାରିଛି । ତେଣୁ ମୁଁ ଜାଣିନାହିଁ ହାତ ନମିଳାଇବା କାରଣ କଣ । ଯଦି ଜିନିଷ ଏହି ପରି ଆଗକୁ ବଢୁଛି ତେବେ ଆଗକୁ ବଢୁ । ଏହା ଦ୍ୱାରା କିଛି ବଡ ଫରକ ପଡିବ ନାହିଁ ।ପାକିସ୍ତାନର ପରାଜୟ ଉପରେ ପ୍ରତିକ୍ରିୟା ଦେଇ ୱାହାବ ରିଆଜ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦଳ ଡେଥ୍ ଓଭରରେ ଅତିରିକ୍ତ ରନ୍ ଦେଇଥିଲା, ଯାହା ଭାରତକୁ ଲାଭ ଦେଇଥିଲା । ସେ କହିଛନ୍ତି, " ମୁଁ ଭାବୁଛି ଆମେ ଶେଷ ଓଭରରେ ୧୫-୨୦ ଅତିରିକ୍ତ ରନ୍ ଦେଇଥିଲୁ। ଏହିଠାରେ ଭାରତ ଗତି ପାଇଥିଲା । ତଥାପି, ଦଳ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲା ଏବଂ କିଛି ସକାରାତ୍ମକ ଦିଗ ମଧ୍ୟ ଥିଲା । ଆଗକୁ ଆମକୁ ଏହି ଜିନିଷଗୁଡ଼ିକ ଉପରେ ନିର୍ଭର କରିବାକୁ ପଡିବ ।"

ଏହା ବି ପଢନ୍ତୁ...Vaibhav Suryavanshi: ୧୪, ୨୧, ୪୪...୩ ମ୍ୟାଚ୍ରେ ଫ୍ଲପ୍, ଆଇପିଏଲ ପରେ କାହିଁକି ଗର୍ଜୁନି ବୈଭବଙ୍କ ବ୍ୟାଟ୍  

ମ୍ୟାଚ ବାବଦରେ କହିବାକୁ ଗଲେ, ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ବିନିମୟରେ ୧୭୦ ରନ୍ କରିଥିଲା । ଜବାବରେ ପାକିସ୍ତାନ ୧୭ ଓଭରରେ ୧୦୬ରନ୍ କରି ଅଲଆଉଟ୍ ହୋଇଥିଲା । ଦୀପ୍ତି ଶର୍ମା (୫ ୱିକେଟ୍) ଓ ଶ୍ରୀ ଚରଣୀଙ୍କ (୩ ୱିକେଟ୍) ସ୍ପିନ ଯାଦୁରେ ପାକିସ୍ତାନ ପବନରେ ଉଡ଼ିଯାଇଥିଲା । ଦୀପ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସ୍ମୃତି ମନ୍ଧାନା ୯ଚୌକା ଓ ୨ଛକା ବଳରେ ୬୮ରନ୍ କରି ଆଉଟ୍ କରିଥିଲେ । ଅଧିନାୟିକା ହରମନପ୍ରୀତ ୩୬ ରନ୍ କରିଥିଲେ ।