ତାଇପେ: ତାଇୱାନର ରାଜଧାନୀ ତାଇପେରେ ଫୁଣି ଏକ ଭୟଙ୍କର ଭୁକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ଝଟକା ଏତେ ଶକ୍ତିଶାଳି ଥିଲା ଯେ ତାଇପେର ଆଖପାଖ ଅଞ୍ଚଳରେ ଥିବା ବଡବଡ କୋଟା କିଛି ସମୟ ପାଇଁ ଦୋହଲି ଉଠିଥିଲା। ଲୋକମାନେ ଡରରେ ଘର ଛାଡି ବାହାରକୁ ଚାଲିଆସିଛନ୍ତି। ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ହୋଇଥିବା ସୂଚନା ମୁତାବକ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ବୋଲି ରେକର୍ଡ କରାଯାଇଛି।
ଆପଣଙ୍କୁ ଜଣାଇରଖୁ ଯେ, ତାଇୱାନ ସେଇ ଦେଶମାନଙ୍କରେ ଆସେ ଯେଉଁଠି ଭୂ-କମ୍ପ ଆସିବା ଏକ ସାଧାରଣ କଥା। କାରଣ ତାଇୱାନ ଅବସ୍ଥିତ ଥିବା ଅଞ୍ଚଳ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର ଭାବେ ପରିଚିତ। ଏହି ଅଞ୍ଚଳରେ ଭୂମଧ୍ୟସ୍ଥ ଟେକ୍ଚୋନିକ ପ୍ଲେଟ ପ୍ରାୟ ସମୟ ପରସ୍ପର ସହ ଧକ୍କା ହୋଇଥାନ୍ତି। ଯେଉଁଥିପାଇଁ ଉକ୍ତ ଅଞ୍ଚଳରେ ବାରମ୍ୱାର ଭୂ-କମ୍ପର ଝଟକା ଅନୁଭୂତ ହୋଇଥାଏ। ଚଳିତ ବର୍ଷ ଏପ୍ରିଲ ୯ ତାରିଖ ଦିନ ରାଜଧାନୀ ତାଇପେରେ ୫.୮ ତୀବ୍ରତା ଯୁକ୍ତ ଏକ ଭୂ-କମ୍ପ ଅନୁଭୂତ ହୋଇଥିଲା।
ସୂଚନା ମୁତାବକ, ତାଇୱାନରେ ୧୯୯୯ ମସିହା ସେପ୍ଟେମ୍ବର ୨୧ ତାରିଖ ଦିନ ଏକ ଭୟାନକ ଭୂ-କମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଥିଲା। ଏହି ଭୂ-କମ୍ପ ଝଟକାରେ ୨୪୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ, ୧ ଲକ୍ଷରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ। ଏହାକୁ ଦେଶର ସବଠୁ ବଡ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ।
ତାଇୱାନରେ ୧୯୦୦ ମସିହାରୁ ୧୯୯୧ ମସିହା ଯାଏତାଇୱାନରେ ପ୍ରତିବର୍ଷ ହାରାହାରି ୨୨୦୦ ଭୂ-କମ୍ପ ଝଟକା ରେକର୍ଡ କରାଯାଇଥିଲା। ଏହା ମଧ୍ୟରୁ ମୋଟ୍ ୨୧୪ଟି ଝଟକାକୁ ଭୟଙ୍କର ଭୂ-କମ୍ପ ଭାବେ ଗ୍ରହଣ କରାଯାଏ। ୧୯୯୧ରୁ ୨୦୦୪ ମଧ୍ୟରେ ମୋଟ୍ ୧୮,୬୪୯ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ୧୯୯୯ ମସିହାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ମୋଟ୍ ୪୯,୯୧୯ ଥର ଝଟକା ଅନୁଭୂତ ହୋଇଥିଲା। ଏହାସହ ୧୯୦୦ ମସିହାରୁ ବର୍ତ୍ତମାନଯାଏ ତାଇୱାନରେ ମୋଟ୍ ୯୬ଟି ଭୟଙ୍କର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି।
ତାଇୱାନରେ ବାରମ୍ୱାର ଭୂ-କମ୍ପ ଝଟକାକୁ ନେଇ ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରି କହିଛନ୍ତି ଯେ ତାଇୱାନ ଯେଉଁ ଭୂଗର୍ଭିୟ ସ୍ଥିତିରେ ଅବସ୍ଥିତ ରହଛି, ଉକ୍ତ ଅଞ୍ଚଳରେ ଭୂ-କମ୍ପର ଆଶଙ୍କା ସର୍ବଦା ରହିଥାଏ। ଆଉ ଖାସ ଏଇଥିପାଇଁ ଏହିଭଳି ଅଞ୍ଚଳମାନଙ୍କରେ ଭୂମିକମ୍ପ ସୁରକ୍ଷା ପଦକ୍ଷେପ ଉପରେ ବହୁତ ଗୁରୁତ୍ୱ ଦିଆଯାଇଥାଏ। ଯେପରିକି କୋଠାଗୁଡ଼ିକୁ ଭୂମିକମ୍ପ ପ୍ରତିରୋଧୀ କରିବା ଏବଂ ବିପର୍ଯ୍ୟୟ ପରିଚାଳନାରେ ତାଲିମ ପ୍ରଦାନ କରିବା। ଏପର୍ଯ୍ୟନ୍ତ ସଦ୍ୟତମ ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ, କିନ୍ତୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ରିଲିଫ୍ ଦଳଗୁଡ଼ିକୁ ସଜାଗ ରଖାଯାଇଛି।