ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼

Published By : Anindita Ratha | January 24, 2025 8:21 AM

ନୂଆଦିଲ୍ଲୀ,୨୪/୦୧: ପୁଣି ଥରିଲା ମିଆଁମାର । ଗତକାଲି ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପଟେ ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ।  

ଭୂକମ୍ପ ରାତି ପ୍ରାୟ ୧ଟା ସମୟରେ ହୋଇଥିଲା। ଭୂକମ୍ପର ଗଭୀରତା ୧୦୬ କିଲୋମିଟର ଥିବା ଜଣାପଡ଼ିଛି ।  ଜାତୀୟ ଭୂବିଜ୍ଞାନୀ କେନ୍ଦ୍ର ଅନୁସାରେ , ମିଆଁମାରରେ ଏହି ସପ୍ତାହ ଆରମ୍ଭରୁ ୫.୧ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପୂର୍ବରୁ ଡିସେମ୍ବରରେ ମଧ୍ୟ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରକାଶ ଥାଉକି, ମିଆଁମାର ବ୍ୟତୀତ ଆଫଗାନିସ୍ତାନ, ତିବ୍ଦତ ଓ ଫିଲିପିନ୍ସରେ ମଧ୍ୟ ଭୂକମ୍ପ ହୋଇଥିଲା । ଫିଲିପିନ୍ସରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି ।  ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିଲା । ଏହି ଭୂକମ୍ପରେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ। ଡ଼େକନ ହେରାଲ଼୍ଡର ରିପୋର୍ଟ ଅନୁସାରେ , ଭୂକମ୍ପ ଝଟକାରେ ଫିଲିପିନ୍ସର ରାସ୍ତାରେ ଫାଟ ସୃଷ୍ଟି ହେବା ସହ ଅନେକ ଘରର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.