ନୂଆଦିଲ୍ଲୀ,୨୫/୦୬; ସକାଳୁ ସକାଳୁ ଥରିଲା ମାଟି । ଭୁଶୁଡିଲା ଘର । ଲୋକ ଆତଙ୍କିତ । ଭେନେଜୁଏଲାରେ ବଡ଼ ଧରଣର ଭୂମିକମ୍ପ ଝଟ୍କା ସବୁ କିଛି ଛାରଖାର କରି ଦେଇଛି । ମାତ୍ର ୪୫ ସେକେଣ୍ଡରେ ୨ ଥର ବ୍ୟାକ୍ ଟୁ ବ୍ୟାକ୍ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପ ତୀବ୍ରତା ୭.୧ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି । କାରାକାସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପ ପରେ କାରିବିଆନ୍ ଦ୍ୱୀପରେ ସୁନାମୀ ଆଲର୍ଟ ଜାରି ହୋଇଛି । ଅନେକ ଦେଶକୁ ସୁନାମୀ ବିପଦ ରହିଛି । ଶକ୍ତିଶାଳୀ ଭୂମିକମ୍ପରେ ଅନେକ ସୁଉଚ୍ଚ ଅଟ୍ଟାଳିକା ମାଟିରେ ମିଶିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କିଛି ଲୋକ ଆହତ ହୋଇଛନ୍ତି । କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୧୨୬ ବର୍ଷରେ ଏହା ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ଭେନେଜୁଏଲାରେ ଅନୁଭୂତ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନେକ କୋଠାକୁ ଦୋହଲାଇ ଦେଇଛି । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପକର ତୀବ୍ରତା ୭.୧ ଏବଂ ୭.୫ ଥିଲା ଏବଂ ଏହା କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ କେନ୍ଦ୍ରିତ ଥିଲା । ଏହାର ଗଭୀରତା ୧୩ କିଲୋମିଟର ଥିଲା । କାରାକାସ୍ରେ ଥରୁଥିବା କୋଠା ଏବଂ ଘର ଦେଖି ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି ଆହତ କିମ୍ବା କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇନାହିଁ ।
କିଛି ମିନିଟ୍ ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ- ବୁଧବାର ସନ୍ଧ୍ୟାରେ ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଫଳରେ ରାଜଧାନୀ କାରାକାସରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ରିପୋର୍ଟ କରିଛି ଯେ, ପ୍ରଥମ ଭୂମିକମ୍ପର ତୀବ୍ରତା ୭.୧ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଦେଶର କାରାବିୟାନ ଉପକୂଳରେ ମୋରୋନ୍ ଅଞ୍ଚଳର ପଶ୍ଚିମରେ, କାରାକାସରୁ ପ୍ରାୟ ୧୬୮ କିଲୋମିଟର ପଶ୍ଚିମରେ ଥିଲା । ଭୂମିକମ୍ପର ଗଭୀରତା ୧୩ କିଲୋମିଟର ଥିଲା । କିଛି ମିନିଟ୍ ପରେ, ୟୁଏସଜିଏସ ଆହୁରି ବଡ଼ ୭.୫ ତୀବ୍ରତାର ଭୂମିକମ୍ପ ରିପୋର୍ଟ କରିଛି । ଦ୍ୱିତୀୟ ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ମୋରୋନ୍ ରୁ ୧୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା ।
ସୁନାମୀ ସତର୍କତା ଜାରି- ଆମେରିକା ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ପୁଏର୍ଟୋ ରିକୋ ଏବଂ ଭର୍ଜିନ୍ ଦ୍ୱୀପପୁଞ୍ଜ ପାଇଁ ସୁନାମି ସତର୍କତା ଜାରି କରିଛି । କାରାକାସରେ, ଲୋକମାନେ ଥରୁଥିବା କୋଠାଗୁଡ଼ିକରୁ ବାହାରକୁ ବାହାରି ଆସିଲେ । ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଭେନେଜୁଏଲା ରାଜଧାନୀର ଦୁଇଟି ଅଞ୍ଚଳରେ ଆକାଶରେ ଧୂଳିଝ଼ଡ଼ ଦେଖିବାକୁ ମିଳିଥିଲା । ଉକ୍ତ ଅଞ୍ଚଳରେ ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ସହିତ ଦୋକାନ ବଜାର ରହିଛି ।
ଏହା ବି ପଢନ୍ତୁ...ଏମିତି ହେଲେ ଆଲୋଚନା ବନ୍ଦ୍, ହର୍ମୁଜକୁ ନେଇ ପୁଣି ତାତିଲେ ଟ୍ରମ୍ପ, ଇରାନକୁ ଦେଲେ ଶକ୍ତ ଚେତାବନୀ…
ଅନେକ ଲୋକ ଆହତ-ଗୃ ହମନ୍ତ୍ରୀ ଡିଓସଡାଡୋ କାବେଲୋ କହିଛନ୍ତି ଯେ, ଅନେକ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କାରାକାସର ଆଲଟାମିରା ଅଞ୍ଚଳରେ ଘର ଏବଂ କୋଠା ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ "ଚିନ୍ତାଜନକ ପରିସ୍ଥିତି" ସୃଷ୍ଟି ହୋଇଛି । ସେ ଲୋକମାନଙ୍କୁ ବାହାରେ ରହିବାକୁ ଅନୁରୋଧ କରିଛନ୍ତି । କାରଣ ପରବର୍ତ୍ତୀ ଝଟକା କିଛି କୋଠାକୁ ଆହୁରି କ୍ଷତି ପହଞ୍ଚାଇପାରେ । ଭୂମିକମ୍ପରେ କିଛି ଲୋକ ଆହତ ହୋଇଛନ୍ତି ।