ଭୁବନେଶ୍ୱର,୧୪/୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଆଉ ଭାସିବନି କାଗଜ କିମ୍ବା ସୋଲ  ଡଙ୍ଗା । ପୋଖରୀ ହେବନି ପ୍ରଦୂଷଣ । ଜମି ରହିବନି କୁଢ଼ କୁଢ଼ ଅଳିଆ । କାରଣ ବଜାରରେ  ମିଳୁଛି ଗୋବର ଡଙ୍ଗା । ଏହାର  ବେଶ୍‌ ଚାହିଦା ଥିବା ବେଳେ ଦାମ୍‌  ବି ବହୁତ ଶସ୍ତା । କଳିଙ୍ଗ ଗୋ  ସେବା ଧାମ ଏହି ଡଙ୍ଗା ତିଆରି  କରୁଛନ୍ତି । ଏହି ହାତ ତିଆରି  ଗୋବର ଡ଼ଙ୍ଗା ପରିବେଶ ସୁରକ୍ଷା  ଓ ଜଳ ପ୍ରଦୂଷଣକୁ ରୋକିବା  ଦିଗରେ ସହାୟକ ହେବ ।  ପାଖାପାଖି ୮୦୦ରୁ ଅଧିକ ଡଙ୍ଗା  ତିଆରି କରାଯାଇଛି ଯାହାର ଦାମ୍‌  ୧୦ ଟଙ୍କା, ୨୦ଟଙ୍କା, ୩୦ଟଙ୍କା  ରଖାଯାଇଛି। ଭୁବନେଶ୍ୱରର  ବିଭିନ୍ନ ଛକରେ ଏହି ଡଙ୍ଗା ବିକ୍ରି  କରାଯାଉଛି । ଡଙ୍ଗା ତିଆରି  କରିବାକୁ ୪ଦିନ ଲାଗୁଛି । ଏହା  ପାଣିରେ ଭାସିଲେ ୪ଘଣ୍ଟାରେ  ମିଳେଇ ଯିବ । ଚନ୍ଦ୍ର ଶେଖର ଦାଶ,  ମନୋରଞ୍ଜନ ପୃଷ୍ଟି, ପୁଷ୍ପାଞ୍ଜଳି  ମିଶ୍ର, ପ୍ରଦୀପ୍ତ ବେହେରା, ଚନ୍ଦ୍ରକାନ୍ତ  ପାଲ, ଦେବଦତ୍ତ ରାଉତ,  ଶୋଭାରାଣୀ ମହାନ୍ତି ପ୍ରମୁଖ  ଏହି ଡଙ୍ଗା ତିଆରି କରୁଛନ୍ତି ।