ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

କେଜ୍ରିଓ୍ବାଲଙ୍କ ସମେତ ‘ଆପ୍‌’ ମଧ୍ୟ ଅଭିଯୁକ୍ତ, ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି (ଆପ୍‌) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଇଡି ଦାଖଲ କରିଥିବା ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରେ କେଜ୍ରିଓ୍ବାଲଙ୍କ ସହିତ ତାଙ୍କ ପାର୍ଟି ଆପ୍‌କୁ ଅଭିଯୁକ୍ତ ଦର୍ଶାଇଛି । ଆମ ଆଦମୀ ପାର୍ଟି ବିରୋଧରେ ଚାର୍ଜସିଟ୍‌ ଦାୟର ପରେ ଏବେ ଦଳର ନେତାମାନଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । ସେହିଭଳି ପାର୍ଟିର ସଂଯୋଜକ ହୋଇଥିବାରୁ କେଜ୍ରିଓ୍ବାଲଙ୍କ ପାଇଁ ଆଗାମୀ ରାସ୍ତା ସହଜ ହୋଇନପାରେ ।

ଅନ୍ୟପଟେ ଇଡି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ଅବକାରୀ ଦୁର୍ନୀତି ମାମଲାରେ କଥିତ ଆୟ ସଂପର୍କରେ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଅପରେଟରମାନଙ୍କ ମଧ୍ୟରେ ଚାଟ୍‌ ହୋଇଛି । କେଜ୍ରିଓ୍ବାଲ ନିଜ ଫୋନ୍‌ ଏବଂ ଅନ୍ୟ ଉପକରଣର ପାସଓ୍ବାର୍ଡ ଦେବାକୁ ମନା କରିବା ପରେ ସଂପୃକ୍ତ ଅପରେଟରମାନଙ୍କ ଫୋନ୍‌ରୁ ଚାଟ ସଂପର୍କରେ ଜଣାପଡ଼ିଛି ବୋଲି ଇଡି ଦାବି କରିଛି । ତେବେ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜୁନ୍‌ ୧ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ସମୟରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ସଚିବାଳୟ ଯାଇପାରିବେ ନାହିଁ । ଏହା ସହ ଜୁନ୍‌ ୨ରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.