ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଦିଲ୍ଲୀରେ ଜଳ ସଙ୍କଟ, ପାଣି ଦେବାକୁ ମନା କଲା ହିମାଚଳ ପ୍ରଦେଶ

ନୂଆଦିଲ୍ଲୀ,୧୪/୬: ଦିଲ୍ଲୀରେ ପିଇବା ପାଣିର ଅଭାବ। ସେପଟେ ପାଣି ଦେବାକୁ ମନା କଲା ହିମାଚଳ ପ୍ରଦେଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ଦିଲ୍ଲୀକୁ  ବଳକା ପାଣି ଦେବାକୁ ନାହିଁ ବୋଲି କହିଛି ହିମାଚଳପ୍ରଦେଶ। ପୂର୍ବରୁ ପାଣି ଦେବାକୁ ରାଜି ହୋଇଥିବା ବେଳେ ବର୍ତ୍ତମାନ ହିମାଚଳପ୍ରଦେଶ ୟୁଟର୍ଣ୍ଣ ମାରିଛି। ହିମାଚଳ ପ୍ରଦେଶ ମନା କରିବା ପରେ ଅପର ଯମୁନା ରିଭର ବୋର୍ଡ ନିକଟକୁ ଦିଲ୍ଲୀ ସରକାରଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ତେବେ ମାମଲାରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶକୁ ୧୩୬ କ୍ୟୁସେକ ପାଣି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେପଟେ ଦିଲ୍ଲୀରେ ପାଣି ସମସ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ପରସ୍ପରକୁ ଦୋଷାରୋପ। ଦିଲ୍ଲୀରେ ପାଣି ସମସ୍ୟା ଆମ ଆଦମୀ ପାର୍ଟି ସୃଷ୍ଟି କରୁଛି ବୋଲି କହିଛି ବିଜେପି। ସେପଟେ କେନ୍ଦ୍ରକୁ ଦୋଷ ଦେଇଛି ଆମ ଆଦମୀ ପାର୍ଟି। ହରିୟାଣାରେ ପାଣି ଚୋରି ହେଉଥିବା କହିଛି ଆପ ସରକାର। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି।

  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.