ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଜୁନ୍‌ ୨୪ରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ, ୨୬ରେ ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ,୧୪/୦୬: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଧିବେଶନ ଆରମ୍ଭର ଦୁଇଦିନ ପରେ ଅର୍ଥାତ ୨୬  ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଲୋକସଭାର ପ୍ରଥମ ଅଧିବେଶନରେ ହିଁ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି । କିନ୍ତୁ ତା ପୂର୍ବରୁ  ଲୋକସଭାର ଜଣେ ବରିଷ୍ଠତମ ସଦସ୍ୟଙ୍କୁ ଅସ୍ଥାୟୀ ଭାବେ କାମଚଳା ବାଚସ୍ପତି  ନିର୍ବାଚିତ କରାଯାଇଥାଏ । କାମଚଳା ବାଚସ୍ପତି ଗୃହର କିଛି ଅଧିବେଶନରେ  ଅଧ୍ୟକ୍ଷତା କରିବା ସହ ନବନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥାନ୍ତି ।  ଏହାଛଡା ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ସେ କରିଥାନ୍ତି ।  ତେବେ ସରକାରୀ ସ୍ତରରେ କୌଣସି ସାଂସଦଙ୍କ ନାମ ଘୋଷଣା କରାଯାଇ  ନଥିବାରୁ ବାଚସ୍ପତି କିଏ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି । ସରକାର  ଗଠନ ଲାଗି ବିଜେପି ତାର ସହଯୋଗୀ ଦଳଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ  ମଧ୍ୟ ଜଣେ ବିଜେପି ପ୍ରାର୍ଥୀ ହିଁ ବାଚସ୍ପତି ହେବେ ବୋଲି କୁହାଯାଉଛି ।

  • PrameyaOdia
  • prameya
  • Lok Sabha Election
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.