ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜଙ୍ଗଲ ନିଆଁରେ ପୋଡି ହୋଇ ୪ ବନ କର୍ମଚାରୀଙ୍କ ମୃତ୍ୟୁ, ଏକାଧିକ ଆହତ...

Image source: India Today

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାର ଜଙ୍ଗଲରେ ହୁ ହୁ ହୋଇ ଜଳୁଛି ନିଆଁ । ଗୁରୁବାର ଦିନ ଜିଲ୍ଲାରେ ଅବସ୍ଥିତ ବିନସର ଅଭୟାରଣ୍ୟର ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଜଙ୍ଗଲରେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭାଇବା କାମ ଆରମ୍ଭ ହେବା ପୂର୍ବରୁ ନିଆଁ ଲିଭାଇବାକୁ ଯାଇଥିବା ଦଳ ଏହାର କବଳରେ ପଡିଯାଇଥିଲେ । ଜଙ୍ଗଲରେ ନିଆଁ ଲିଭାଇବା ଟିମ୍‌ରେ ଅଗ୍ନିଶମ କର୍ମଚାରୀ ଏବଂ PRD କର୍ମଚାରୀଙ୍କୁ ଚାରିପଟୁ ନିଆଁ ଘେରି ଯାଇଥିଲା । ଏହି ଜଙ୍ଗଲ ଅଗ୍ନିକାଣ୍ଡରେ ଚାରିଜଣ PRD କର୍ମଚାରୀଙ୍କ ଘଟଣାସ୍ଥଳରେ ଦୁଃଖଦ ମୃତ୍ୟୁ ହୋଇଛି । ଏମାନେ ଚାରିଜଣ ଗୁରୁତର ଭାବେ ଜଳି ଯାଇଥିଲେ। 

ସୂଚନା ଅନୁଯାୟୀ, ଗୁରୁବାର ଦିନ ଆଲମୋରା ଜିଲ୍ଲାରେ ଅବସ୍ଥିତ ବିନସର ଅଭୟାରଣ୍ୟର ଜଙ୍ଗଲକୁ କିଛି ଅଜ୍ଞାତ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ । ଜଙ୍ଗଲ ବିଭାଗ ଟିମ୍ ନିଆଁ ବିଷୟରେ ସୂଚନା ପାଇ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଚିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀ ଏବଂ PRD କର୍ମଚାରୀମାନେ ନିଆଁ ଲିଭାଇବାକୁ ଯୋଜନା କରୁଥିବା ବେଳେ ଜଙ୍ଗଲରୁ ନିଆଁ ଚାରିପାଖେ ଘେରି ରହିଥିଲା । ଅଗ୍ନିଶମ ବାହିନୀ ଏବଂ PRD କର୍ମଚାରୀ ମାନେ ନିଆଁକୁ ଏଡ଼ାଇବା ପାଇଁ କଠିନ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭାଇବା ବେଳେ ଗୁରୁତର ଆହତ ହୋଇଥିଲେ ୪ ଜଣ କର୍ମଚାରୀ । ପରେ ଏହି ୪ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ତାରେ ମୃତ୍ୟୁ ହୋଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.