ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶୀତ ଦିନେ ଗୋଇଠି ଫାଟିବାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

Published By : Anindita Ratha | December 6, 2024 2:44 PM

ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଆଉ ଏଥିରୁ ସବୁଠୁ ବଡ଼ ସମସ୍ୟା  ହେଲା ଓଠ ଓ ଗୋଇଠି ଫାଟିବା । ସାଧାରଣତଃ ଶୀତ ଋତୁରେ ଅଧିକାଂଶ ଲୋକଙ୍କର ଗୋଇଠି ଫାଟୁଥିବାର ଦେଖାଯାଏ । ଆଉ ଏହି  ସମସ୍ୟା ବଢିଯାଇ ଯନ୍ ଯନ୍ତ୍ରଣା ଓ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏଥିପାଇଁ ମହିଳାମାନେ ନିଜ ପସନ୍ଦର ଚପଲ ପିନ୍ଧିବା ପୂର୍ବରୁ ଅନେକ ଥର ଭାବିଥାନ୍ତି । ତେବେ ଏଭଳି କିଛି ଘରୋଇ ଉପଚାର ଅଛି। ଯାହାକୁ ଆପଣାଇବା ଦ୍ବାରା ଗୋଇଠି ଫାଟିବାରୁ ରୋକିପାରିବେ । 

ନଡିଆ ତେଲ ମାଲିସ୍: ଫଟା ଗୋଇଠି ପାଇଁ ଲାଭଦାୟକ  ନଡିଆ ତେଲ । ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ଗୋଇଠିକୁ ମାଲିସ କରନ୍ତୁ  । ଏହାଦ୍ବାରା ଗୋଇଠିର ଫାଟିବା ସମସ୍ୟା କମିଥାଏ । 

ମହୁ ଓ ଲେମ୍ବୁ: ମହୁ ଓ ଲେମ୍ବୁ ରସକୁ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । ୧୫ରୁ ୨୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

କଦଳୀ : ପାଚିଲା କଦଳୀକୁ ଚକଟି ଏଥିରେ ଅଳ୍ପ ମହୁ ମିଶାନ୍ତୁ । ଏହାପରେ ଫଟା ଗୋଇଠିରେ ଲଗାନ୍ତୁ । ୨୦-୩୦ ମିନିଟ୍ ଲଗାଇବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଗୋଇଠି ଫାଟିବା ସମସ୍ୟା ଦୂର ହୋଇଥାଏ। 

ଉଷୁମ ପାଣି: ଉଷୁମ ପାଣିରେ ଲୁଣ ପକାଇ ସେଥିରେ ପାଦକୁ  ୧୫ରୁ ୨୦ ମିନିଟ୍  ରଖନ୍ତୁ । ଏହା  ଫଟା ଗୋଇଠି ଠିକ୍ କରିବାରେ ସାହାଯ୍ୟ କରେ ।

ଭିଟାମିନ-ଇ ତେଲ: ଭିଟାମିନ ଇ କ୍ୟାପସୁଲ ତେଲକୁ ଫଟା ଗୋଇଠିରେ ଲଗାନ୍ତୁ । ଏଥିରେ ଗୋଇଠି ଜଲଦି ଠିକ୍ ହୋଇଯାଏ ।

ମଇଶ୍ଚରାଇଜର: ଦିନକୁ ଦୁଇରୁ ତିନି ଥର ଗୋଇଠିରେ ଲଗାନ୍ତୁ  ମଇଶ୍ଚରାଇଜ। ଏହା ଗୋଇଠିକୁ ନରମ କରିବା ସହ ଫାଟିବା କମ୍ କରିଥାଏ।

ରାଶି ତେଲ: ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ରାଶି ତେଲ ମାଲିସ କରନ୍ତୁ । ସାଧାରଣତଃ ଶୀତ ଦିନ ହେବା ମାତ୍ରେ ତ୍ବଚା ଶୁଷ୍କ ହୋଇଯାଏ । ତେଣୁ ଏହି ଦିନେ ଶରୀରର ବିଶେଷ ଯତ୍ନ ନେବା ଆବଶ୍ୟକ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.