ପଟ୍ଟାମୁଣ୍ଡାଇ,୮/୪ : ମାନ୍ୟବରଙ୍କ ମାୟାରେ ବାୟା ଭକ୍ତ । ପୂଜାର୍ଚ୍ଚନା, ସତ୍ସଙ୍ଗ ସାଙ୍ଗକୁ ସାରଥୀଙ୍କ ପୂଜା କରୁଥିଲେ ସାରଥି ଭକ୍ତ । ଆଉ ଏହି ସମୟରେ ମାଡ଼ି ଆସିଲେ ଗାଁ ଲୋକେ । ବିରୋଧ କରି ସାରଥି ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼ । ଏସବୁ ସତ୍ତ୍ବେବି ସାରଥି ଭକ୍ତ ଭଜନ କୀର୍ତ୍ତନ କରିନଥିଲେ ସାରଥି ଭକ୍ତ । ଫଳରେ ବାଧ୍ୟ ହୋଇ ଉତ୍ତେଜନା ବଢ଼ିବା ଦେଖି ପୋଲିସ ସାରଥି ଭକ୍ତଙ୍କୁ ବାହାର କରିଛି। ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ତନୁପୁର ଗ୍ରାମରେ।
ସୂଚନାଥାଉକି, ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ୍ ସାରଥି ବାବା କେନ୍ଦ୍ରାପଡ଼ାରେ ବାରିମୂଳ ଆଶ୍ରମକୁ ନେଇ ଏକ ବିବାଦରେ ଫସିଥିଲେ। ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ମଧ୍ୟ ହୋଇଥିଲା। ଯାହାକୁ ନେଇ ବ୍ୟାପକ ଉତ୍ତେଜନା ଏବଂ ବିରୋଧ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।
ତେବେ ପ୍ରାୟ ୧୦ ବର୍ଷ ପରେ ହାଇକୋର୍ଟ ମାମଲାର ଶୁଣାଣି ସମୟରେ କୋର୍ଟ ସାରଥି କେନ୍ଦ୍ରାପଡ଼ା ଯିବାକୁ ଅନୁମତି ଦେଇଥିଲେ। ତାହାବି କିଛି ସର୍ତ୍ତ ଆଧାରରେ। ଯେଉଁଥିରେ ରହିଛି, ସାରଥୀ ଆଶ୍ରମ ଯାଇପାରିବେ ନାହିଁ, କେବଳ ୨ ମାସରେ ଥରେ କେନ୍ଦ୍ରାପଡ଼ା ଯାଇପାରିବେ, ପ୍ରବଚନ ଦେଇପାରିବେ ନାହିଁ ଆଦି।