ନୂଆଦିଲ୍ଲୀ - ଆମେରିକାର ଲୁଇସିଆନାରେ ଗୁଳିକାଣ୍ଡ। ଏହି ଘଟଣାରେ ଆଠ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଏହି ଘଟଣା ଶ୍ରେଭେପୋର୍ଟ ଠାରେ ଘଟିଛି। ମୃତ ଶିଶୁମାନଙ୍କ ବୟସ ୧ ରୁ ୧୪ ବର୍ଷ ମଧ୍ୟରେ ଥିଲା । ପୁଲିସ ବିଭାଗ ମୁଖ୍ୟ କ୍ରିସ୍ ବୋର୍ଡେଲାନ୍ କହିଛନ୍ତି ଯେ, ଘରୋଇ ବିବାଦ ଯୋଗୁଁ ଏହି ହିଂସା ଘଟିଥିଲା। ଆକ୍ରମଣକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ବିଭାଗ ମୁଖ୍ୟ କ୍ରିସ୍ ବୋର୍ଡେଲନ୍ କହିଛନ୍ତି ଯେ, ଘରୋଇ ବିବାଦ ଯୋଗୁଁ ଏହି ହିଂସାକାଣ୍ଡ ଘଟିଛି। ମାମଲାର ତଦନ୍ତ ଜାରି ରହିଛି।

କ୍ରିସ୍ ବୋର୍ଡେଲନ୍ ଘଟଣା ବିଷୟରେ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ବିବାଦରୁ ଏହି ହିଂସା ଘଟିଥିଲା। ସକାଳ ପ୍ରାୟ ୬ଟା ସମୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଏକାକୀ ବନ୍ଧୁକ ଧରି ଗୁଳି ଚଳାଇ ଥିଲେ । ସେ ଏକାକୀ ଗୋଟିଏ ପରେ ଗୋଟିଏ ଆଠ ଜଣ ପିଲାଙ୍କୁ ହତ୍ୟା କରିଥିଲେ।

ଏହାପରେ ସେ ଘଟଣାସ୍ଥଳରୁ ପଳାଇ ଯାଇ ଥିଲେ ଏବଂ ପରେ ପୁଲିସ ଏନକାଉଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିଲା। କହି ରଖୁଛୁ କି, ଆମେରିକାର ରାଜ୍ୟ ଲୁଇସିଆନାରେ ଶ୍ରେଭପୋର୍ଟ ଟେକ୍ସାସ ସୀମା ନିକଟରେ ଅବସ୍ଥିତ। ଜନସଂଖ୍ୟା ଅନୁସାରେ ଏହା ରାଜ୍ୟର ତୃତୀୟ ସବୁଠୁ ବଡ଼ ସହର ।