ଜହ୍ନାପଙ୍କ,୨୭/୮: ବୌଦ୍ଧ ରେଞ୍ଜ ଖଜୁରୀପଡା ସେକସନ ଅନ୍ତର୍ଗତ ତେଲିବନ୍ଧ ନିକଟ ରଜାମୁଣ୍ଡାରେ ୮ ଟିକିଆ ହାତୀ ପଲ  ରହିଛନ୍ତି। ପଳରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷରେ  ହାତୀ ପଲଙ୍କୁ ଘଉଡାଇବା  ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ  ଡମ୍ବରୁଗଡ ବିଟକୁ ଚାଲି ଆସିଥିଲେ l ବନ ବିଭାଗ ଜାଣିବା ପରେ  ଡିଏଫଓ ରାଜେନ୍ଦ୍ର ଗୋଛାୟତଙ୍କ ନେତୃତ୍ୱରେ ଏସିଏଫ ମିନାକ୍ଷୀ କୁମୁରା,  ଭାରପ୍ରାପ୍ତ ସଦର ରେଞ୍ଜ ଅଧିକାରୀ ତଥା ସହକାରୀ ବନ ସଂରକ୍ଷକ ଅର୍ଚ୍ଚନା ଗମାଙ୍ଗୋ, ବନପାଳ ପ୍ରସନ୍ନ କୁମାର ପ୍ରଧାନ,ଦୀପକ ନାୟକ, ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ସ୍ୱରାଜ କହଁର ଓ ସ୍କ୍ବାଡ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି l ବୁଧବାର ସନ୍ଧ୍ୟାରେ ହାତୀ ପଲକୁ ଘଉଡାଇବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି l 

ଉକ୍ତ ହାତୀ ପଲ ଗତ ମାସରେ ମହାନଦୀ ପାର ହୋଇ ବୌଦ୍ଧ ସହର ମର୍ଜାକୁଦ ଅଞ୍ଚଳକୁ ଚାଲି ଆସି ଥିଲେ ଓ ବନ ବିଭାଗ ଆଠମଲ୍ଲିକ ଅଞ୍ଚଳକୁ  ଘଉଡାଇ ଦେଇଥିଲା। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ଏଲର୍ଟ ଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।